ଗାଁ ଦାଣ୍ଡରେ ବ୍ୟକ୍ତିଙ୍କୁ ଉଠ୍‌ବସ୍‌ କରାଇଲେ ପୂର୍ବତନ ସରପଞ୍ଚ: ଭିଡିଓ ଭାଇରାଲ୍

ନବରଙ୍ଗପୁର: ଗାଁ ଦାଣ୍ଡରେ ଜଣେ ବ୍ୟକ୍ତିଙ୍କୁ ପୂର୍ବତନ ସରପଞ୍ଚଙ୍କ ଉଠ୍‌ବସ୍‌ର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।  ଏହି ଭିଡିଓଟି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଳକ ହାତିବେଡ଼ା ଗାଁର ବୋଲି ଜଣାପଡ଼ିଛି।

ଅଭିଯୋଗ ଅନୁସାରେ ହାତିବେଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ରାମ ମାଝିଙ୍କ ଶାଶୁଙ୍କର ନିକଟରେ ମୃତ୍ୟୁ ହୋଇଥିଲା। ଶାଶୁଙ୍କ ଦଶାହରେ ଯୋଗଦେବା ପାଇଁ ରାମ ଆଖପାଖ ଗାଁ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ।  ହେଲେ ଦଶାହରେ ଯୋଗ ଦେଲେ ୫୦୦ଟଙ୍କା ନେଇ ଯିବାକୁ ପଡ଼ିବ ବୋଲି ଯଦୁ ଭାତ୍ରା ନାମକ ଜଣେ ବ୍ୟକ୍ତି ଗାଁରେ  ମିଛରେ ପ୍ରଘଟ କରିଥିବା ଅଭିଯୋଗ ହୋଇଥିଲା। ଏ ବିଷୟରେ ରାମ ମାଝି ଜାଣିବା ପରେ ଯଦୁ ଭାତ୍ରାଙ୍କୁ ଡାକି ଗାଁ ଦାଣ୍ଡରେ ଉଠ୍ ବସ୍ କରାଇଥିଲେ। ଏ ସମ୍ପର୍କରେ ପଚରାଉଚରା ପରେ ରାମ ମାଝି ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି। ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯଦୁ।

You might also like