ଚୋରଙ୍କୁ ଧରି ଖୁଣ୍ଟରେ ବାନ୍ଧିଲେ ଗାଁ ଲୋକେ

ଯୋଡ଼ା : ଚୋରି ଉଦ୍ୟମ ବେଳେ ୨ଜଣ ଚୋରଙ୍କୁ ଧରି ଖୁଣ୍ଟରେ ବାନ୍ଧିଲେ ଗାଁ ଲୋକେ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ହୁଣ୍ଡୁଳା ଗାଁରେ। ସୂଚନା ଅନୁସାରେ ଗତରାତି ପ୍ରାୟ ୨ଟା ବେଳେ ୪ଜଣ ଯୁବକ ଜଣଙ୍କ ଘରେ ପହଞ୍ଚି ପାଣି ମାଗିଥିଲେ। ଘରର ମହିଳାଜଣକ କବାଟ ଖୋଲିବାରୁ ସେମାନେ ଘରେ ପଶି ଚୋରି ଉଦ୍ୟମ କରିଥିଲେ।

ଗାଁଲୋକେ ଏସମ୍ପର୍କରେ ଜାଣି ସେମାନଙ୍କୁ ଧରିବାକୁ ଚେଷ୍ଟା କରିବାରୁ ୪ଜଣ ଚୋରଙ୍କ ମଧ୍ୟରୁ ୨ଜଣ ଖସି ପଳାଇଥିଲେ। ଗାଁଲୋକେ ଅନ୍ୟ ୨ଜଣ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ରଖିଥିବା ବେଳେ ବିଲେଇପଦା ଫାଣ୍ଡି ପୋଲିସ ସେଠାରେ ପହଞ୍ଚି ସେମାନଙ୍କୁ ଥାନାକୁ ନେଇଯାଇଛନ୍ତି। ଧରାପଡ଼ିଥିବା ୨ଯୁବକ ହେଲେ ଯୋଡ଼ା ଅଞ୍ଚଳର ଇର୍ଫାନ୍ ଖାନ୍ ଓ ଚମ୍ପୁଆ ଫଗୁ ଅଞ୍ଚଳର ବିଶ୍ୱଜିତ୍ ଗିରି।  ଇର୍ଫାନଙ୍କ ନାଁରେ ପୂର୍ବରୁ ଯୋଡ଼ା ଥାନାରେ ବିଭିନ୍ନ ମାମଲା ରହିଛି।

You might also like
Comments
Loading...