ମୋବାଇଲ ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ପିଟିଲେ ଲୋକେ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଷ୍ଟେସନ୍ ରୋଡ୍ ସ୍ଥିତ ଲାଇନ୍ ହାଟିଙ୍ଗରେ ଏକ ଦୁଃଖଦ ଘଟଣା ଘଟିଛି। ବଡ଼ ଭାଇର ଠେଙ୍ଗା ମାଡ଼ରେ ସାନ ଭାଇର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ରାହୁଲ।
ଗତକାଲି ରାତିରେ ଦୁଇ ଭାଇ ବିପିନ ଓ ରାହୁଲ ଏକାଠି ବସି ଖାଉଥିଲେ। ହଠାତ୍ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ଏହା ପରେ ଉଗ୍ର ରୂପ ଧାରଣ କରିଥିଲା । ଏହାକୁ ନେଇ ରାହୁଲ ରାଗି ଯାଇଥିଲେ। ତା’ପରେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ବିପିନ୍ ପାଖରେ ପଡ଼ିଥିବା ଏକ ଠେଙ୍ଗାରେ ରାହୁଲଙ୍କ ମୁଣ୍ଡକୁ ଜୋର୍ରେ ଆଘାତ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ପୁଲିସ୍ ବିପିନଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି।