କେନ୍ଦ୍ରାପଡ଼ା ଜିଲ୍ଲାର ପଦନୀପାଳ ଦୀପାଞ୍ଚଳ ବାସୀଙ୍କ ସାତସପନ ପାଲଟିଛି ସେତୁ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ପଦନୀପାଳ ଦୀପାଞ୍ଚଳର ୩ଟି ଗାଁ ପଦନୀପାଳ, ଦୈତାରୀପୁର, ଡକଳମଡା ଶାସନକୁ ଚତୁଃପାର୍ଶରୁ ଘେରି ରହିଛି ଖରସ୍ରୋତା ଓ କାଣିନଦୀ।  ଫଳରେ ଏଠାକାର ଲୋକମାନେ ବର୍ଷ ସାରା ବିତାଇଥାନ୍ତି ଜଳବନ୍ଦୀ ଜୀବନ। ଏ ନେଇ ସ୍ଥାନୀୟ ଲୋକେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ।

୨୦୦୯ ମସିହାରେ କମିଶନ ସ୍ଥାୟୀ ରାସ୍ତା ଓ ସେତୁ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ହେଲେ ସେତୁ କାମ ବିଭିନ୍ନ କାରଣ ପାଇଁ ଆଗେଇନଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା କାମ ଆରମ୍ଭ ହୋଇ ସାରିଛି। ଅସ୍ଥାୟୀ ଭାବେ ଲୋକଙ୍କ ଯା’ଆସ ଓ ମାଲ୍ ପରିବହନ ପାଇଁ ନିର୍ମାଣ ହୋଇଥିବା ଆପ୍ରୋଚ ରୋଡ ଦେଇଯିବା ଯୋଗୁଁ ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ଶେଷ ହେବା ନେଇ ମଧ୍ୟ ଦେଖାଦେଇଛି ଅନିଶ୍ଚିତତା।

ଆପ୍ରୋଚ ରୋଡ ନଦୀ ସ୍ରୋତରେ ଧୋଇଯିବା ପରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା କାମ ଅଧାରୁ ଅଟକି ରହିଛି। ଏଥି ସହ ଏହି ଆପ୍ରୋଚ ରୋଡ ଦେଇ ଯା’ଆସ କରୁଥିବା ୩ଟି ଗାଁ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସ୍ଥାୟୀ ଆପ୍ରୋଚ ରୋଡ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

You might also like