ରଥକାଠ ଧରି ଆସୁଥିବା ଟ୍ରକକୁ ଅଟକାଇଲେ ଗ୍ରାମବାସୀ

ପୁରୀ: ପୁରୀ ରଥଯାତ୍ରା ନିମନ୍ତେ ଦଶପଲ୍ଲାରୁ ରଥକାଠ ଧରି ଆସୁଥିବା ଟ୍ରକକୁ ଅଟକାଇ ଦେଇଛନ୍ତି ନୟାଗଡ଼ ଜିଲ୍ଲାର କଳସଖମଣ ଓ ନୂଆଗାଁବାସୀ।

ଗ୍ରାମରେ ମୋବାଇଲ ଟାୱାର, ରାସ୍ତା ଓ ଡାକ୍ତରଖାନା ନିର୍ମାଣ ଦାବିରେ ଟ୍ରକକୁ ଅଟକାଇଛନ୍ତି ଗ୍ରାମବାସୀ। ଦୀର୍ଘ ସମୟ ଧରି ଟ୍ରକକୁ ଅଟକାଇବା ପରେ ବନବିଭାଗରେ ଅଭିଯୋଗ ହୋଇଥିଲା।

ଏହାପରେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।  ପ୍ରତିବର୍ଷ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ନୟାଗଡ଼ର ଦଶପଲ୍ଲା ଜଙ୍ଗଲରୁ ରଥକାଠ ପୁରୀକୁ ଆସିଥାଏ।

You might also like