ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ
ଯାଜପୁର: ବ୍ୟାସନଗର ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଗ୍ରାମବାସୀମାନେ। ଯାଜପୁର ରୋଡ଼ ମୁଣ୍ଡମାଳ ଗାଁରେ ପିଟିଲେ ଲୋକେ।
ଆହତ ତହସିଲଦାର ହେଲେ ସପନ କୁମାର ନନ୍ଦ।
ତହସିଲଦାର ଓ RIଙ୍କ ସମେତ କିଛି କର୍ମଚାରୀଙ୍କୁ ବି ପିଟିଲେ ଗ୍ରାମବାସୀମାନେ। ବେଆଇନ ମୋରମ ଅନଲୋଡ଼ ବେଳେ ଚଢ଼ାଉ କରିବାରୁ ମାଡ଼ ହୋଇଥିବାର ଅଭିଯୋଗ ହୋଇଛି।
ତେବେ ଘଟଣା ସ୍ଥଳରୁ ତହସିଲଦାର ଓ କର୍ମଚାରୀଙ୍କୁ ପୋଲିସ୍ ଉଦ୍ଧାର କରିବା ସହ ଆକ୍ରମଣ ଘଟଣାରେ ମୁଣ୍ଡମାଳ ଗାଁର ୫ ଜଣଙ୍କୁ ଅଟକ ରଖିଛି।