ଅାଇଏଏସ୍ ବିନୋଦ କୁମାରଙ୍କ ଘରେ ପୁଣି ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ବରିଷ୍ଠ ଅାଇଏଏସ୍ ବିନୋଦ କୁମାରଙ୍କ ଘରେ ପୁଣି ଭିଜିଲାନ୍ସ ରେଡ୍ । ବିନୋଦଙ୍କୁ ଗିରଫ କରିବା ପାଇଁ ଅାଜି ପୁଣି ରେଡ୍ କଲା ଭିଜିଲାନ୍ସର ୫ ଜଣିଅା ଟିମ୍। ରେଡ୍ ବେଳେ କିଛି କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି।

ଗତକାଲି ଭିଜିଲାନ୍ସ ବିନୋଦ କୁମାରଙ୍କ ଘରେ ରେଡ୍ କରିଥିଲା । ତେବେ ଏହି ସମୟରେ ଘରେ ନଥିଲେ ବିନୋଦ କୁମାର । ଏମିତିକି ସେ ଗତକାଲି ଅଫିସ୍ ମଧ୍ୟ ଅାସିନଥିଲେ। ORHDC ଦୁର୍ନୀତିରେ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରଠୁ ତାଙ୍କର ପତ୍ତା ମିଳୁନାହିଁ । ୨୦୦୦ ମସିହା ORHDCରେ ହୋଇଥିବା ୫୫ ଲକ୍ଷ ଟଙ୍କାର ମହାଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବରିଷ୍ଠ ଅାଇଏଏସ୍ ବିନୋଦ କୁମାର।

You might also like