ଭିଜିଲାନ୍ସର ଟିଟୋ ତନାଘନା
ଜିଲ୍ଲାପାଳ ଅଫିସ୍ ସହ ବିଭିନ୍ନ ବିଭାଗୀୟ ଅଫିସ୍ରୁ ତଥ୍ୟ ସଂଗ୍ରହ
ଭୁବନେଶ୍ୱର : ଟିଟୋ ସହ ସରକାରୀ ବାବୁ ଲିଙ୍କ୍ ନେଇ ଭିଜିଲାନ୍ସର ଜାରି ରହିଛି ଖୋଳତାଡ଼ ରେଡ୍। କେନ୍ଦ୍ରାପଡ଼ା ଭିଜିଲାନ୍ସ ଟିମ୍ ଅାଜି ଟିଟୋର ବାଲି ଖାଦାନ, ବ୍ୟାଙ୍କ୍ ଓ ପେଟ୍ରୋଲ ପମ୍ପ ସମ୍ପର୍କରେ ତନାଘନା କରିଛି।
ତାସହ କେନ୍ଦ୍ରାପଡ଼ା ସବ୍ ରେଜିଷ୍ଟାର ଅଫିସ୍, ମ୍ୟୁନିସିପାଲିଟି ଅଫିସ୍ରୁ କାଗଜପତ୍ର ଓ ୨୦୧୫ ମସିହାରେ କେଉଁ ସବୁ ଅଫିସର ଥିଲେ ତାର ତଥ୍ୟ ସଂଗ୍ରହ କରିଛି। ପରେ ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍, ଜଳସେଚନ, ରାସ୍ତା ଓ ବ୍ରିଜ୍ ଅଫିସ୍ ସହ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାଳୟକୁ ଯାଇ ମଧ୍ୟ ତଥ୍ୟ ସଂଗ୍ରହ କରିଛି।