ଅାୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦମ୍ପତି ଗିରଫ

ଛତ୍ରପୁର : ଶେଷରେ ଗିରଫ ହେଲେ ଛତ୍ରପୁର ତହସିଲଦାର ବିଜୟ କେତନ ସାହୁ ଏବଂ ପତ୍ନୀ ନଳିନୀ ପୃଷ୍ଟି। ଅାୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦମ୍ପତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଛତ୍ରପୁର ତହସିଲଦାରଙ୍କ ପତ୍ନୀ ନଳିନୀ ପୃଷ୍ଟି ଏବେ ଓପେପା ଅାକାଉଣ୍ଟସ୍ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ଗତକାଲି ଉଭୟଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ।

ଅାୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ପରେ ଭୁବନେଶ୍ୱର, ପୁରୀ, ଛତ୍ରପୁର ଏବଂ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ରେଡ୍ ହୋଇଥିଲା। ଉଭୟଙ୍କ ଘରୁ ୬ କୋଟି ୮୭ ଲକ୍ଷ ଟଙ୍କାର ସଂପତ୍ତି ମିଳିଛି। ତେବେ ଏନେଇ ସଠିକ୍ ତଥ୍ୟ ଦର୍ଶାଇ ପାରିନାହାନ୍ତି ତହସିଲଦାର ଏବଂ ତାଙ୍କ ପତ୍ନୀ ।

You might also like