ଲଜ୍ଜା: ଭିଡିଓ ଭାଇରାଲ୍‌ ପରେ ଯୁବତୀଙ୍କ ଆତ୍ମହତ୍ୟା

ନବରଙ୍ଗପୁର: ଭିଡିଓ ଭାଇରାଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଅଭିଯୋଗ। ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଞ୍ଚଳରେ ଘଟିଛି ଏହି ଅଘଟଣ। ଅଭିଯୋଗ ଅନୁଯାୟୀ ସମ୍ପୃକ୍ତ ଗାଁର ଜଣେ ଯୁବକ ନାବାଳିକାଙ୍କ ସହ ଦୁଷ୍କର୍ମ କରି ମୋବାଇଲରେ ଭିଡିଓ ସୁଟିଂ କରିଥିଲା।

ପରେ ଏହି ଅଶ୍ଳୀଳ ଭିଡିଓଟିକୁ ଅଭିଯୁକ୍ତ  ଭାଇରାଲ କରିଥିଲା। ଅନ୍ତରଙ୍ଗ ଭିଡିଓ ଭାଇରାଲ ପରେ ନାବାଳିକା ଜଣକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଘଟଣାର ଅଭିଯୁକ୍ତ ଫେରାର ଥିବା ବେଳେ ଏନେଇ ସମ୍ପୃକ୍ତ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।

 

You might also like