ସାମ୍ବାଦିକଙ୍କ ପାଇଁ ଅଜାଡ଼ି ଦେଲେ

ଭୁବନେଶ୍ୱର: ସାମ୍ବାଦିକଙ୍କ ପାଇଁ ଅଜାଡ଼ି ଦେଲେ ରାଜ୍ୟ ସରକାର। ଚତୁର୍ଥ ପାଳିର ଶେଷ ବର୍ଷରେ ସାମ୍ବାଦିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନେକ ଘୋଷଣା କରାଯାଇଛି। କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଲୋଭନୀୟ ଘୋଷଣା କରିଛନ୍ତି  ସରକାର।

ନିକଟରେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଘୋଷଣା କରିଥିଲେ। ସରକାର ଆଜି ଆହୁରି ଅନେକ ଯୋଜନା ଘୋଷଣା କରିଛନ୍ତି।  ଏହି ସବୁ ଯୋଜନା ମଧ୍ୟରେ ରହିଛି, କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ମିଳିବ, ଗୃହ ନିର୍ମାଣ ପାଇଁ ୨୫ ଲକ୍ଷ ପର୍ଯ୍ୟନ୍ତ ଋଣରେ ୩% ସୁଧ ସରକାର ଦେବେ।

ସେହିପରି ଚାରି ଚକିଆ ଯାନ କିଣିବା ପାଇଁ ୪ ଲକ୍ଷ ଟଙ୍କା ଋଣରେ ୩% ସୁଧ ସରକାର ଦେବେ। ଦୁଇ ଚକିଆ ଗାଡି କିଣିବା ପାଇଁ ୫୦ ହଜାର ଟଙ୍କା ଋଣରେ ୩% ସୁଧ ଦେବେ ସରକାର। ସଂପୂର୍ଣ୍ଣ ଅକ୍ଷମ ହୋଇଗଲେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମିଳିବ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା।

କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ପିଲାଙ୍କ ପଢ଼ିବା ପାଇଁ ମଧ୍ୟ ସହାୟତା ଘୋଷଣା କରିଛନ୍ତି। ସରକାର ପିଲାଙ୍କ ପଢ଼ା ପାଇଁ ଦଶମ ଶ୍ରେଣୀ ଯାଏ ମାସିକ ୧୫ଶହ ଟଙ୍କା ଏବଂ ଉଚ୍ଚଶିକ୍ଷା ପାଇଁ ୨୫ ଶହ ଟଙ୍କା ମିଳିବ। ସାମ୍ବାଦିକଙ୍କ ପ୍ରଶିକ୍ଷଣ ପାଇଁ ମଧ୍ୟ ସ୍ୱତନ୍ତ୍ର ଅନୁଦାନ ବ୍ୟବସ୍ଥା କରିଛନ୍ତି ସରକାର। ଏହି ସମସ୍ତ ଯୋଜନାକୁ ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ସୂଚନା, ଲୋକସଂପର୍କ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

ହାଇକୋର୍ଟରେ ମାମଲା ଦାୟର କଲେ ସମ୍ବିତ ପାତ୍ର

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

କରୋନା ସଂକ୍ରମଣ ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ

You might also like