ବିପଦରେ ପୁରୀ କୋଣାର୍କ ବେଳାମାର୍ଗ: ଧ୍ୱଂସ ପାଉଛି ସୁରକ୍ଷା ଦେଉଥିବା ବାଲୁକାସ୍ତୁପ  

ପୁରୀ: ବିପଦରେ ପୁରୀ କୋଣାର୍କ ବେଳାମାର୍ଗ। କାରଣ ଧୀରେ ଧୀରେ ଅବକ୍ଷୟ ହେବାରେ ଲାଗିଛି ଏହି ବେଳାମାର୍ଗକୁ ସୁରକ୍ଷା ଦେଉଥିବା ପ୍ରାକୃତିକ ବାଲୁକାସ୍ତୁପ। ବେଳାମାର୍ଗକୁ ସାମୁଦ୍ରିକ ଜୁଆର ଏବଂ ପବନ ଦାଉରୁ ସୁରକ୍ଷା ଦେଉଥିବା ବୃକ୍ଷରାଜି ମଧ୍ୟ ଧ୍ୱଂସ ହେବାରେ ଲାଗିଛି। କେଉଁଠି ଗଛ ଉପୁଡ଼ି ପଡ଼ିଛି ତ ଆଉ କେଉଁଠି ଅବାଧ ଗଛକଟା ଚାଲିଛି। ଦିନକୁ ଦିନ ବେଳାମାର୍ଗ ନିକଟତର ହେବାରେ ଲାଗିଲାଣି ସମୁଦ୍ର। କେବଳ ବେଳାମାର୍ଗ ନୁହେଁ, ଏଠାରେ ଥିବା କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟ ଅବକ୍ଷୟମୁଖୀ ହେବାରେ ଲାଗିଛି। ଯାହା ପରିବେଶବିତଙ୍କୁ ଚିନ୍ତାରେ ପକାଇଛି।

ଅନ୍ୟପଟେ ନୟାଗଡ଼ ଜିଲ୍ଲାରେ ବେଆଇନ ଭାବେ ଚାଲୁଥିବା ଇଟାଭାଟିର ଧୂଆଁରେ ପରିବେଶ ପ୍ରଦୂଷିତ ହେଉଛି। ପ୍ରଶାସନର କଟକଣାକୁ ଖାତିର ନ କରି ଜିଲ୍ଲାର ୮ଟି ଯାକ ବ୍ଲକରେ ଏଭଳି ବେଆଇନ ଇଟାଭାଟି ଚଲିଥିବା ଅଭିଯୋଗ ହୋଇଛି। ଏପଟେ ରାସ୍ତା ପ୍ରଶସ୍ତୀକରଣ ନାଁରେ ପ୍ରଶାସନର ନିର୍ଦ୍ଦେଶ କ୍ରମେ କଟା ସରିଲାଣି ବିରାଟ ବିରାଟ ମୂଲ୍ୟବାନ ଗଛ। ଗଛ କଟା ହେଲେ ବୃକ୍ଷରୋପଣ କରିବା ନିୟମ ଥିଲେ ମଧ୍ୟ ଏହାର ବ୍ୟତିକ୍ରମ ଦେଖାଦେଉଛି। କିନ୍ତୁ  ବନ ଅଧିକାରୀ କହୁଛନ୍ତି ପର୍ଯ୍ୟାପ୍ତ ପରିମାଣର ଗଛ ଲଗାଯିବ।

 

ଆହୁରି ପଢ଼ନ୍ତୁ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

You might also like