ପ୍ରକାଶ ପାଇଲା ୟୁପିଏସ୍‌ସି ପରୀକ୍ଷା ଫଳ

ଭୁବନେଶ୍ୱର: କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ସିଭିଲ୍‌ ପରୀକ୍ଷା ୨୦୧୭ ଫଳ ଆଜି ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ଶୁଭଙ୍କର ମହାପାତ୍ର ୪୬ ତମ ସ୍ଥାନରେ ରହିଛନ୍ତି। ସେହିପରି ହାଇଦ୍ରାବାଦର ଅନୁଦୀପ ଦୂରୀସେଚ୍ଚୀ ଟପ୍ପର ହୋଇଥିବା ବେଳେ ଅନୁ କୁମାର ଦ୍ୱିତୀୟ ଓ ସଚିନ ଗୁପ୍ତା ତୃତୀୟ ସ୍ଥାନରେ ଅଛନ୍ତି।

ସେହିପରି ୨୪୩ ତମ ସ୍ଥାନରେ ଅମୀୟ ପ୍ରସନ୍ନ ନନ୍ଦ, ୨୫୧ରେ ସମୀତ ପଣ୍ଡା, ୪୦୧ରେ କବିତା ରାଣୀ ସ୍ୱାଇଁ, ୪୫୨ ସ୍ଥାନରେ ଆଦିତ୍ୟ ତ୍ରିପାଠୀ, ୬୮୦ରେ ହୃଦୟ କୁମାର ଦାସ, ୬୮୪ ସ୍ଥାନରେ ସମୀର କୁମାର ଜେନା, ୭୧୯ ସ୍ଥାନରେ ଆଶିଷ କୁମାର ସାହୁ, ୮୨୬ ସ୍ଥାନରେ ମନୋରଞ୍ଜନ ବେହେରା, ୮୯୪ ସ୍ଥାନରେ ଯଶୋଧାରା ଦାଶ, ୯୦୬ ସ୍ଥାନରେ ଶିବ ପ୍ରସାଦ ମିଶ୍ର, ୯୩୧ ସ୍ଥାନରେ ସୁଧାଂଶୁ ନାୟକ ଅଛନ୍ତି।

ଚଳିତ ବର୍ଷ ମୋଟ୍‌ ୯୯୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ୍‌, ୧୫୦ ଜଣ ଆଇପିଏସ୍‌ ଓ ୪୨ ଜଣଙ୍କୁ ଆଇଏଫ୍‌ଏସ୍‌ ଭାବେ ମନୋନୀତ ହୋଇଛନ୍ତି।

You might also like