ରାସ୍ତାକଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ବାଲେଶ୍ୱର: ପୁଣି ଥରେ ଅଲୋଡା ଶିଶୁ କନ୍ୟା। ବାଲେଶ୍ୱର ଫୁଲାଡ଼ି ଅଞ୍ଚଳର ରାସ୍ତାକଡ଼ରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଗତକାଲି ରାତିରେ କିଛି ସ୍ଥାନୀୟ ଲୋକ ଶିଶୁ କନ୍ୟାକୁ ଦେଖିବାକୁ ପାଇଥିଲେ। ପରେ ଶିଶୁ କନ୍ୟାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଭବନରେ ଭର୍ତ୍ତି କରିଥିଲେ।

ଉଦ୍ଧାର ଶିଶୁକନ୍ୟାଟି ୧୪ରୁ ୧୫ ଦିନ ହେବ। ଏନେଇ ମେଡ଼ିକାଲ ପୋଲିସ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି।

ଫୁଲାଡ଼ି ଅଞ୍ଚଳର ଶଙ୍କରସନ୍‌ ଦାସ ଓ କାର୍ତ୍ତିକ ଚନ୍ଦ୍ର ପ୍ରଧାନ ନାମକ ୨ଜଣ ବ୍ୟକ୍ତି ନବଜାତ ଶିଶୁ କନ୍ୟାକୁ ଆଣି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ନବଜାତ ଶିଶୁକୁ ୧୪ରୁ ୧୫ଦିନ ହେବ। ବର୍ତ୍ତମାନ ଏସ୍‌ଏନ୍‌ସିୟୁ ୱାର୍ଡ଼ରେଶିଶୁଟିର ଚିତ୍ସା ଚାଲିଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଉଟ୍‌ପୋଷ୍ଟ ଇନ୍‌-ଚାର୍ଜ ବିଜୟ କୁମାର ନାୟକ କହିଛନ୍ତି।

You might also like