ଅଜଣା ରୋଗରେ ଦୁଇ ମୃତ, ଆଠ ଜଣ ଆକ୍ରାନ୍ତ
ସମସ୍ତ ଆକ୍ରାନ୍ତ ଗୋଆରେ ରେଷ୍ଟୁରାଣ୍ଟରେ କାମ କରୁଥିଲେ
ବାଲେଶ୍ୱର: ଭୋଗରାଇ ବ୍ଲକ୍ ନିମାତଗୁର ଗାଁରେ ଅଜଣା ରୋଗର ଆତଙ୍କ ଖେଳିଯାଇଛି। ଏଥିରେ ୮ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ସମସ୍ତଙ୍କର ଭୀଷଣ ଜ୍ୱର ଓ ପେଟ ବ୍ୟଥାର ଲକ୍ଷଣ ଦେଖାଦେଇଛି। ସମସ୍ତ ଆକ୍ରାନ୍ତ ଗୋଆରେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ।
ସୂଚନା ମୁତାବକ, ପୂର୍ବରୁ ଗାଁର ଦୁଇ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇ ଗୋଆରେ ମୃତ୍ୟୁବରଣ କରିସାରିଛନ୍ତି। ତେଣୁ ଏମାନେ ସମସ୍ତେ ଗୋଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଗୋଆରୁ ଫେରିବା ପରେ ସେମାନଙ୍କୁ ବାଲେଶ୍ୱର ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ପରେ କଟକ ଏସ୍ସିବି ମେଡିକାଲ୍କୁ ରେଫର୍ କରାଯାଇଛି। ତେବେ ସନ୍ଦେହ କରାଯାଉଛି ଯେ, ଏହା ନିପା ଭାଇରସ୍ କିମ୍ବା ଅନ୍ୟ କୌଣସି ସଂକ୍ରାମକ ରୋଗ ହୋଇଥାଇପାରେ। ଏ ନେଇ ଡାକ୍ତର ସ୍ପଷ୍ଟ କରିନଥିବାବେଳେ ରକ୍ତ ନମୂନା ପରୀକ୍ଷା ପରେ ରୋଗ ନିରୂପଣ କରାଯାଇପାରିବ ବୋଲି ସେ କହିଛନ୍ତି।