ସୋହେଲାରେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲାରେ ଗୁଳିକାଣ୍ଡକୁ ନେଇ ଚାପା ଉତ୍ତେଜନା ଲାଗିରହିଛି। ଗତକାଲି ରାତି ପ୍ରାୟ ୯ଟା ବେଳେ ସୋହେଲା ଡେଲି ମାର୍କେଟ୍‌ରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସତ୍ୟନାରାୟଣ ଦାଶ। ତାଙ୍କ ପେଟ ଓ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ, ସତ୍ୟ ଡେଲି ମାର୍କେଟରେ ବସିଥିବା ବେଳେ ଗୋଟିଏ ବାଇକ୍‌ରେ ୩ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ  ଗତକାଲି ସୋହେଲାରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ।

“ଗୁଳିକାଣ୍ଡର କାରଣ ମୋତେ ଜଣାନାହିଁ। ଏହି ଯୁବକମାନେ ଅନ୍ୟ କାହାକୁ ମାରିବାକୁ ଆସିଥିବା ବେଳେ ତାଙ୍କ ଭାଇଙ୍କୁ ଗୁଳି ବାଜିଛି। ତେଣୁ ଏହା ପଛରେ ରାଜନୈତିକ ଶତ୍ରୁତା” ଥିବା କଥା ସତ୍ୟନାରାୟଣଙ୍କ ଭାଇ କୃଷ୍ଣଚନ୍ଦ୍ର ଦାଶ କହିଛନ୍ତି।

You might also like