ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ।  ଆଜି ଭୋରରୁ ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।  ମୃତ କଏଦୀଙ୍କ ନାଁ ଜିତେନ୍ଦ୍ର ବିଶ୍ୱାଳ।

ସେ ଏକ ଗଣଦୁଷ୍କର୍ମ ମାମଲାରେ ଜେଲ୍‌ରେ ଥିଲେ। ନିକଟରେ କୋର୍ଟ ପରିସରରେ ଦୁର୍ବ୍ୟବହାର କରି ମାଡ଼ ଖାଇଥିଲେ ଜିତେନ୍ଦ୍ର। ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ।

ଜିତେନ୍ଦ୍ରଙ୍କ ମୃତଦେହକୁ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଛି।  ଅନ୍ୟପକ୍ଷରେ ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

Other Stories