ଭାସିଗଲା ନିର୍ମାଣାଧୀନ ପୋଲ

ବାଲିଗୁଡା: ପ୍ରବଳ ବର୍ଷାରେ ଭାସିଗଲା ନିର୍ମାଣାଧୀନ ପୋଲ। କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟ ସୀତାପଡି ଠାରେ ଏକ ନିର୍ମାଣାଧୀନ ପୋଲ ଭାସି ଯାଇଛି।

ଫଳରେ ରାୟପୁର-ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥରେ ୟାତାୟତ ବାଧାପ୍ରାପ୍ତ ହୋଇଛି।  ବାଲିଗୁଡାରୁ କଳାହାଣ୍ଡି ଓ ରାୟଗଡା ଜିଲ୍ଲାକୁ ଗତକାଲି ବିଳମ୍ବିତ ରାତିରୁ ଗାଡି ଚଳାଚଳ ବନ୍ଦ ରହିଛି।

ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଛି।  ବସ୍‌ ଗୁଡିକ ଅଟକି ରହିଥିବାରୁ ଶତାଧିକ ସଂଖ୍ୟାରେ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

You might also like