ଗୋବିନ୍ଦା ଷ୍ଟାଇଲରେ ଧୁମ୍‌ ନାଚିଲେ ଅଙ୍କଲ୍‌, ଭାଇରାଲ ହେଲା ଭିଡ଼ିଓ

ଭୋପାଳ: ପେସାରେ ପ୍ରଫେସର୍ କିନ୍ତୁ ଡ୍ୟାନ୍ସ ତାଙ୍କର ମଚାଇଛି ଧୁମ୍। ଆଉ ରାତାରାତି ହୋଇଯାଇଛନ୍ତି ସୋସିଆଲ୍ ମିଡିଆରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ବୟସ ଆଗରେ ସବୁକିଛି ହାର୍‌ ମାନେ ବୋଲି ସେ ପ୍ରମାଣ କରି ଦେଖାଇଛନ୍ତି। ଯେଉଁଠି ବି ଦେଖିବେ ତାଙ୍କ ଡ୍ୟାନ୍ସର କ୍ରେଜ୍।

ସେହି ଚର୍ଚ୍ଚିତ ବ୍ୟକ୍ତିତ୍ୱ ଜଣକ ହେଉଛନ୍ତି ସଞ୍ଜିବ ଶ୍ରୀବାସ୍ତବ। ଯିଏକି ଜଣେ ଆସିଷ୍ଟାଣ୍ଟ୍‌ ପ୍ରଫେସର ଭାବେ ଭୋପାଳର ଭାବା ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ରେ ପଢ଼ାନ୍ତି। ବର୍ତ୍ତମାନ ତାଙ୍କ ଡ୍ୟାନ୍ସକୁ ନେଇ ଇଣ୍ଟରନେଟ୍‌ରେ ପୂରା ଫାୟାର ଲାଗିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଏକ ବିବାହ ଉତ୍ସବରେ ଯୋଗଦେଇଥିବା ବେଳେ ତାଙ୍କର ଏହି ଡ୍ୟାନ୍ସ ମୁଭ୍ ଏବେ ପୂରା ଭାଇରାଲ ହେବାରେ ଲାଗିଛି। ସେ ୧୯୮୭ ମସିହାର ବଲିଉଡ଼ ଅଭିନେତା ଗୋବିନ୍ଦାଙ୍କ ଅଭିନୀତ ‘ଖୁଦ୍‌ଗର୍‌ଜ୍‌’ ର ଏକ ଗୀତରେ ଡ୍ୟାନ୍ସ କରିଥିଲେ। ଯାହାକୁ ଦର୍ଶକ ଅଧିକ ପସନ୍ଦ କରିଥିଲେ। ଏହାପରେ ସୋସିଆଲ୍ ମିଡିଆରେ ତାଙ୍କ ଫଲୋର୍ସଙ୍କ ସଂଖ୍ୟା ଢ଼େର ଗୁଣ ବଢ଼ିବାରେ ଲାଗିଛି।

ଦେଖନ୍ତୁ ଏହି ଭିଡ଼ିଓ…

ସଞ୍ଜୀବଙ୍କ ଘରକୁ ଏବେ ବଢ଼ିବାରେ ଲାଗିଛି ଶୁଭେଚ୍ଛୁଙ୍କ ପ୍ରଂଶସା ପତ୍ର। ଏପରିକି ଖୋଦ୍ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ତାଙ୍କର ପ୍ରଂଶସା କରିଛନ୍ତି।

ଆହୁରି ପଢ଼ନ୍ତୁ

୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ

ସକାଳ ୭ଟା ବେଳର ମୁଖ୍ୟଖବର

ଦିନ ୨ଟା ବେଳର ମୁଖ୍ୟ ଖବର

ଦିନ ୧୧ଟା ବେଳର ମୁଖ୍ୟ ଖବର

ଦିନ ୨ଟା ବେଳର ମୁଖ୍ୟ ଖବର

ଦିନ ୧୧ଟା ବେଳର ମୁଖ୍ୟ ଖବର

ବାଜିରେ ଲାଗିଛି ଜୀବନ: ଉଛୁଳା ନଦୀରେ କାନ୍ଧରେ ସାଇକେଲ୍‌ ରଖି ନଦୀ ପାର୍‌ ହେଉଛନ୍ତି ଲୋକେ

ଦିନ ୨ଟା ବେଳର ମୁଖ୍ୟ ଖବର

You might also like