ପୁଣି ସେହି ଲଜ୍ଜା : ଦୁଇ ମହିଳାଙ୍କୁ ଦୁଷ୍କର୍ମ

ବାଲେଶ୍ୱର/ କେନ୍ଦୁଝର : ପୁଣି ଲଜ୍ଜା। ବଢି ଚାଲିଛି ଦୁଷ୍କର୍ମ ଅପରାଧ। ବାଲେଶ୍ୱର ଜିଲ୍ଲାରେ ଜଣେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ। ସୋର ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ଏହି ଘଟଣାରେ ଶ୍ୟାମ ସିଂ ନାମକ ଯୁବକକୁ ଗିରଫ କରିଛି ପୋଲିସ।

ଚଳିତ ମାସ ୨ ତାରିଖରେ ଔପଦା ଥାନା ଅଞ୍ଚଳରୁ ଜଣେ ଆଦିବାସୀ ମହିଳା ସୋର ଅଞ୍ଚଳକୁ ତାଙ୍କ ସମ୍ପର୍କୀୟଙ୍କ ଭୋଜିରେ ଯୋଗ ଦେବାକୁ ଆସିଥିଲେ। ହେଲେ ଏଠାରେ ମହିଳା ଜଣଙ୍କୁ ଏକ ନିଛାଟିଆ ସ୍ଥାନରେ ଶ୍ୟାମ ସିଂ ଦୁଷ୍କର୍ମ କରିଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଥିଲା।

ସେପଟେ ଅନ୍ୟ ଏକ ଘଟଣାରେ କେନ୍ଦୁଝର ତେଲକୋଇ ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ଏହି ଘଟଣାର ପୋଲିସ୍‌ ସୁଶୀଲ ନାୟକ ନାମକ ଜଣ ଯୁବକଙ୍କୁ ପାଲିସ ଗିରଫ କରିଛି ।

ଅଭିଯୋଗ ଅନୁସାରେ, ବିବାହିତା ମହିଳା ଜଣକ ଗତ ୪  ତାରିଖ ରାତିରେ ଶୌଚ ପାଇଁ ଘର ପଛ ପଟକୁ ଯାଇଥିଲେ। ଏ ସମୟରେ ମହିଳାଙ୍କ ଗାଁକୁ ଭୋଜି ଖାଇବାକୁ ଆସିଥିବା ସୁଶୀଲ ତାଙ୍କୁ  ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା।

ଆହୁରି ପଢ଼ନ୍ତୁ

ଆଉ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ଏଥର ଏହି ଜିଲ୍ଲାରେ ସର୍ବାଧିକ

Puri Rath Yatra 2020: ଗଜପତି ମହାରାଜାଙ୍କ ଚିଠି ପରେ କାହିଁକି ମୁହଁ ଖୋଲୁ ନାହାନ୍ତି ମୁଖ୍ୟମନ୍ତ୍ରୀ ?

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ବାବୁ

Puri Rath Yatra 2020:ଶ୍ରୀମନ୍ଦିର ଭିତରେ କେମିତି ହେବ ବିଧିରକ୍ଷା; ସନ୍ଧ୍ୟାରେ ନିଷ୍ପତ୍ତି

କରୋନା ଅପ୍‌ଡେଟ୍: ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ

ଏଜି ପକ୍ଷ ରଖିଲେ ମୁଖା ଖୋଲିଯିବ ସେଥିପାଇଁ ହରିଶ୍ ସାଲ୍‌ଭେଙ୍କୁ ନିୟୋଜିତ କରାଯାଇଥିଲା କି ?

‘ଭାଙ୍ଗିଗଲା ୫୦୦ ବର୍ଷର ପରମ୍ପରା’

ଆଜି ୯୭ କରୋନା ଆକ୍ରାନ୍ତ ସୁସ୍ଥ

ରଥଯାତ୍ରା ବନ୍ଦ ନେଇ କ’ଣ କହିଲେ ଗଜପତି ମହାରାଜା ?

‘ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ, ଜଗନ୍ନାଥ ସବୁ ଦେଖୁଛନ୍ତି’

ସୁପ୍ରିମକୋର୍ଟରେ ଝୁଲୁଛି ରଥଯାତ୍ରା ଭାଗ୍ୟ: ଆସନ୍ତାକାଲି ଶୁଣାଣି

ସହିଦ ଦୁଇ ଓଡ଼ିଆଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

You might also like