ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ପରମପାଙ୍ଗା ୫୯ ଜାତୀୟ ରାଜପଥର ଏକ ଅସ୍ଥାୟୀ ପୋଲ ଉପରେ ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି।

ଘଟଣା ପରେ ଏହି ରାସ୍ତା ଦେଇ ଗାଡ଼ିମଟର ଯିବା ଆସିବା ସଂପୂର୍ଣ୍ଣ ବନ୍ଦ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ମଟର ଅଟକି ରହିଛି। ଏହି ରାସ୍ତା କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବାରୁ ଯାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏପରିକି କୋଟଗଡ଼, ତୁମୁଡିବନ୍ଧ ଅଞ୍ଚଳରୁ ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସ ମଧ୍ୟ ବାଲିଗୁଡାକୁ ଆସି ପାରୁ ନାହିଁ। ତେବେ ଏପର୍ଯ୍ୟନ୍ତ ଦୁଇ ଟ୍ରକକୁ ରାସ୍ତାରୁ ହଟା ଯାଇ ପାରିନି।

You might also like