କମର୍ଦ୍ଦା କଲେଜରେ ଉତ୍ତେଜନା

ନୂତନ କୋଠା ଉଦଘାଟନ ବେଳେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା କଲେଜର ନୂତନ କୋଠା ଉଦଘାଟନ ବେଳେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ  ଶ୍ରୀକାନ୍ତ ଜେନାଙ୍କ ଅନୁଦାନରେ ନିର୍ମିତ କୋଠାକୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଉଦଘାଟନ କରିବାକୁ ବିରୋଧ କରିଛି ଗୋଟିଏ ଗୋଷ୍ଠୀ।

ଏହାକୁ ନେଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ପୁଲିସ ଉପସ୍ଥିତିରେ ମଧ୍ୟ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ଦୁଇଜଣ ଅାହତ ହୋଇଛନ୍ତି।

You might also like