ଏକ୍ସପ୍ରେସ୍‌ରେ ଭାଙ୍ଗ ଚାଲାଣ

କଟକ: ପୁରୀ-ପାଟନା ଏକ୍ସପ୍ରେସ୍‌ରୁ ୨ କ୍ୱିଣ୍ଟାଲ ଭାଙ୍ଗ ଜବତ ହୋଇଛି। ଏକ୍ସପ୍ରେସ୍‌ଟି କଟକ ଆସୁଥିବା ଖବର ପାଇ ଜିଲ୍ଲା ଅବକାରୀ ବିଭାଗ ଗତକାଲି ରାତି ପ୍ରାୟ ୧ଟା ବେଳେ କଟକ ରେଲୱେ ଷ୍ଟେସନରେ ଚଢ଼ାଉ କରି ଜବତ କରିଥିଲା।

ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ମାନସ ରଞ୍ଜନ ସିଂହ। ତାଙ୍କ ଘର ଜଗତସିଂହପୁର ଅଞ୍ଚଳରେ। ମାନସ କଟକ ଗାନ୍ଧିପଲ୍ଲୀ ଅଞ୍ଚଳରୁ ଭାଙ୍ଗ ଆଣୁଥିଲା ବୋଲି ଜଣାପଡ଼ିଛି। ତେବେ ଜବତ ହୋଇଥିବା ଭାଙ୍ଗର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ।

You might also like