ନବରଙ୍ଗପୁର: ଆମ୍ବ ଟାକୁଆ ଗୁଣ୍ଡରେ ପ୍ରସ୍ତୁତ ଖାଦ୍ୟ ଖାଇ ୨ ଜଣଙ୍କ ମୃତ୍ୟ

ନବରଙ୍ଗପୁର: ଆମ୍ବ ଟାକୁଆରେ ପ୍ରସ୍ତୁତ ଖାଦ୍ୟ ଖାଇ ଗୋଟିଏ ପରିବାରର ୨ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଝରିଗାଁ ବ୍ଲକ୍ ମଇନାପଦର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ୨ଜଣ ଗୁରୁତର ଅସୁସ୍ଥ ରୋଗୀଙ୍କୁ ନବରଙ୍ଗପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ସେମାନେ ସୋମବାର ଦିନ ଆମ୍ବ ଟାକୁଆ ଗୁଣ୍ତରେ ପ୍ରସ୍ତୁତ ବାସୀ ଖାଦ୍ୟ ଖାଇଥିବା ଅଭିଯୋଗ ହୋଇଛି। ଖାଇବା ପରେ ସେମାନେ ଝାଡ଼ାବାନ୍ତିରେ ଅସୁସ୍ଥ ହୋଇପଡ଼ିଥିଲେ ଓ ଜଣେ ୧୫ ବର୍ଷ ଝିଅର ମୃତ୍ୟୁ ଘଟିଥିଲା। ପରେ ଅନ୍ୟ ତିନି ଜଣଙ୍କୁ ଝରିଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା ହସ୍ପିଟାଲକୁ ରେଫର କରାଯାଇଥିଲା।

ଭାରପ୍ରାପ୍ତ ସିଡିଏମ୍‌ଓ ଶିବରାଣୀ ମିଶ୍ର କହିଛନ୍ତି ଯେ, ନବରଙ୍ଗପୁର ଜିଲ୍ଲା ହସ୍ପିଟାଲରେ ପହଞ୍ଚିଲା ବେଳକୁ ଜଣଙ୍କର ମୃତ୍ୟୁ ଘଟିଥିଲା। ଏବେ ଚିକିତ୍ସାଧୀନ ଥିବା ଦୁଇ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି।

You might also like