ସୋସିଆଲ ମିଡ଼ିଆରୁ ବନ୍ଧୁତା, ସମ୍ପର୍କ ବଢ଼ିଲା ପରେ ଏମିତି ହେଲା ଅବସ୍ଥା…

ଭୁବନେଶ୍ୱର: ପ୍ରଥମେ ସୋସିଆଲ ମିଡ଼ିଆରେ ବନ୍ଧୁତା ପରେ ସମ୍ପର୍କ ଆଉ ତା’ପରେ ଗିପ୍ଟ। ଶେଷରେ ଠକାମିର ଶିକାର। ଏମିତି ଏକ ଘଟଣା ରାଜଧାନୀ ଭୁବନେଶ୍ୱରର ଜଣେ ଯୁବତୀଙ୍କ ସହ ଘଟିଛି।

ପଢ଼ନ୍ତୁ ପୂରା ଘଟଣା କ’ଣ… ଆଉ କେମିତି ଯୁବତୀ ଜଣଙ୍କ ଏତେବଡ଼ ଠକାମିର ଶିକାର ହୋଇଥିଲେ….

ବିଦେଶୀ ଗିପ୍ଟ ପାଇବା ଲୋଭରେ ଯୁବତୀ ଜଣକ ସମ୍ପୂର୍ଣ୍ଣ ଭାବେ ଫସି ଯାଇଥିଲେ। ଆଉ ଯେତେବେଳେ ଜାଣିଲେ ଯେ ସେ ଠକାମିର ଶିକାର ହୋଇଛନ୍ତି ସେତେବେଳେ ତାଙ୍କ ହାତରେ ଆଉ କିଛି ନଥିଲା। କାହିଁକି ନା ଗିପ୍ଟ ପାଇବା ଲୋଭ ତାଙ୍କୁ ଏତେ ଗ୍ରାସ କରିଥିଲା ଯେ ତାଙ୍କ ଠାରୁ ଠକମାନେ ଲକ୍ଷାଧିକ ଟଙ୍କା ଠକି ନେଇଥିଲେ ।

ଏହି ଘଟଣାରେ ସମ୍ପୃକ୍ତ ଥିବା ଗିରଫ ଦୁଇ ନାଇଜେରୀୟଙ୍କୁ ୫ଦିନିଆ ରିମାଣ୍ଡରେ ଓଡ଼ିଶା ଆଣିଛି କ୍ରାଇମବ୍ରାଞ୍ଚ। ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ଏହି ଦୁଇ ବିଦେଶୀ ସାଇବର୍ ଠକଙ୍କୁ ପଚରାଉଚରା କରୁଛି।

ଗିରଫ ୨ ଅଭିଯୁକ୍ତ ହେଲେ ନାଇଜେରିଆର ଏରିକୁମେ ଓ ଜୋୱଜୋ ଆଲେକ୍ସ। ସେମାନଙ୍କ ଠାରୁ ପୋଲିସ୍‌ ଲାପ୍‌ଟପ୍‌, ମୋବାଇଲ୍‌ ଫୋନ, ସିମ୍‌ କାର୍ଡ, ପାସପୋର୍ଟ ଓ କିଛି କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି। ଏମାନେ ଅନଲାଇନରେ ଓଡ଼ିଶା, ମହାରାଷ୍ଟ୍ରରୁ  ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା।

ସୂଚନା ଅନୁସାରେ, ଏହି ୨ ବିଦେଶୀ ସାଇବର ଠକ ପ୍ରଥମେ ଯୁବତୀଙ୍କ ସହ ଫେକ୍ ଆଇଡ଼ିରେ ସୋସିଆଲ ମିଡ଼ିଆରେ ବନ୍ଧୁତା ସ୍ଥାପନ କରିଥାନ୍ତି। ପରେ ସେମାନଙ୍କ ସହ ଅନ୍‌ଲାଇନ୍‌ ଚାଟିଂ କରି ସମ୍ପର୍କ ସ୍ଥାପନ କରିଥାନ୍ତି। ପରେ ବିଭିନ୍ନ ପ୍ରକାରର ଗିପ୍ଟ ପ୍ରଲୋଭନ ଦେଖାଇ ନିଜ ଆଡ଼କୁ ଆକର୍ଷଣ କରିଥାନ୍ତି। ଏଭଳି ଜାଲ ବିଛାଇ ଶେଷରେ ଲକ୍ଷ ଲକ୍ଷ ଟଙ୍କା ଲୁଟନ୍ତି ବୋଲି ଜଣାପଡ଼ିଛି। ଠକାମିର ଶିକାର ହୋଇଥିବା ରାଜଧାନୀର ମହିଳାଙ୍କ ଠାରୁ ଏହି ବିଦେଶୀ ଠକମାନେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟିଥିବା ଘଟଣା ସାମ୍‌ନାକୁ ଆସିବା ପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି।

ଦିଲ୍ଲୀ ତିଲକ ନଗର ଥାନା ମହାବୀର ନଗରର ଏକ ଭଡ଼ାଘରେ ରହୁଥିବା ଏହି ଠକଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଦିଲ୍ଲୀରୁ ଗିରଫ କରାଯାଇଥିଲା। ଉଭୟଙ୍କୁ ଦିଲ୍ଲୀର ଏକ କୋର୍ଟରେ ହାଜର କରାଯିବାପରେ ଗତକାଲି ଭୁବନେଶ୍ୱର ଅଣାଯାଇଥିଲା।

ଅନ୍ୟପକ୍ଷରେ ଜେରା ପରେ ଏହି ଘଟଣାର ଜଡ଼ିତ ଆହୁରି ଅନେକ କିଛି ନୂଆ ତଥ୍ୟ ସାମ୍‌ନାକୁ ଆସିପାରେ ବୋଲି ଜଣାପଡ଼ିଛି। ଏଭଳି ଠକାମିର ଚେର କେତେ ଦୂର ଯାଏଁ ଲମ୍ବିଛି…କେବଳ ଏହି ଜଣେ ଯୁବତୀ ନା ଏଭଳି ଆହୁରି କେତେ ଜଣ ଯୁବତୀ ଏମିତି ଠକାମିର ଶିକାର ହୋଇଛନ୍ତି…ଏସମସ୍ତ ଘଟଣାର ପର୍ଦ୍ଦାଫାସ ହେବବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

You might also like