ଜାଲ ନୋଟ୍ କାରବାରରେ ୨ ଅଭିଯୁକ୍ତ ଗିରଫ

ବାଲେଶ୍ୱର : ଜାଲ୍‌ ନୋଟ କାରବାର ଅଭିଯୋଗରେ ଚଢାଉ କରି ବାଲେଶ୍ୱର ପୋଲିସ ପୁଣି ୨ଜଣଙ୍କୁ ଗିରଫ କରିଛି। ଗତ ବିଳମ୍ବିତ ରାତିରେ ପୋଲିସ ଚଢାଉ କରି ଜଳେଶ୍ୱର ଅଞ୍ଚଳରୁ ହସିମ୍ ଅଲ୍ଲୀ ଏବଂ ସୋର ଅଞ୍ଚଳରୁ ଏମଡି ଫରହଦ ଖାଁକୁ ଗିରଫ କରିଛି।

ଏହାର ଚେର କୋଲକତା ପର୍ଯ୍ୟନ୍ତ ଲମ୍ବିଥିବା ପୋଲିସ ଜାଣିବାକୁ ପାଇଛି। ପୂର୍ବରୁ ମଧ୍ୟ ପୋଲିସ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ କରି ୫ଜଣଙ୍କୁ ଗିରଫ କରିଥିଲା। ଜବତ ହୋଇଥିଲା ୧ ଲକ୍ଷ ୪୮ ହଜାର ଟଙ୍କା।

କିଛି ଦିନ ତଳେ ବିଷ୍ଣୁ ନାୟକ ନାମକ ଜଣେ ବ୍ୟକ୍ତି କ୍ଷିରିକୋଣା ସେବା ସମିତିକୁ ଦେଢ ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିବା ବେଳେ ତାଙ୍କଠୁ ୪୪ ହଜାର ଟଙ୍କା ଜାଲ ନୋଟ୍ ଜବତ ହୋଇଥିଲା। ଏହାପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

You might also like