ସହି ହେଉନି ଉତ୍ପୀଡ଼ନ; ପୁଣି ଦୁଇ ଜଣଙ୍କୁ ଗଣ ଦୁଷ୍କର୍ମ

ବାଲେଶ୍ୱର: ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ରାଇବଣିଆ ଓ ଜଳେଶ୍ୱର ଅଞ୍ଚଳରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି।

ଘରେ କେହି ନଥିବାର ସୁଯୋଗ ନେଇ କବାଟ ଘାଟି ଗ୍ରାମର ଜଣେ ନାବାଳିକାଙ୍କୁ ୫ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ସଂପୃକ୍ତ ନାବାଳିକା ଜଣକ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଏନେଇ ରାଇବଣିଆ ଥାନାରେ ପରିବାର ଲୋକେ ଅଭିଯୋଗ କରିବା ପରେ ୩ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଗିରଫ ତିନି ଅଭିଯୁକ୍ତ ହେଲେ ମିଥୁନ ହାଁସଦା, ପାରାନ ସରେନ ଓ କାଦୁ ମୁର୍ମୁ। ତେବେ ୨ଅଭିଯୁକ୍ତ ଅଜୟ ହାଁସଦା ଓ ଗଣେଶ ବିଦ୍ଧାଣି ଫେରାର ଅଛନ୍ତି।

ସେହିପରି ଆଉ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଜଳେଶ୍ୱର ଥାନା ଅନ୍ତର୍ଗତ କୋଟସାହି ଗ୍ରାମର ଜଣେ ନାବାଳିକାଙ୍କୁ କାମ ଦେବା ଆଳରେ ଗଣ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ନାବାଳିକା ଜଣଙ୍କୁ କାମ ଦେବାକୁ କହି କୋଟସାହି ଗ୍ରାମର ଜଣେ ବ୍ୟକ୍ତି ତାଙ୍କୁ ପଶ୍ଚିମବଙ୍ଗ ନେଇଯାଇଥିଲେ। ଏହାପରେ ଅନ୍ୟ ଜଣଙ୍କ ଜରିଆରେ ସେଠାରେ ବିକ୍ରି କରିଦେଇଥିବା ନାବାଳିକା ଜଣକ ଅଭିଯୋଗ କରିଛନ୍ତି।  ଉଭୟ ବ୍ୟକ୍ତି ତାଙ୍କ ସହ ଗଣଦୁଷ୍କର୍ମ ପରେ ବିକ୍ରି କରିଥିବା ନେଇ ନାବାଳିକା ଜଣକ ଅଭିଯୋଗ କରିଛନ୍ତି।

You might also like