ଭିଜିଲାନ୍ସ ଜାଲରେ ସରକାରୀ ବାବୁ
ଗଞ୍ଜାମ /ଜଗତସିଂହପୁର : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଧରାକୋଟ ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ବିଇଓ ଯୁଧିଷ୍ଠିର ଦଳେଇଙ୍କ ଘରେ ଓ ଅଫିସରେ ଆଜି ଭିଜିଲାନ୍ସ ରେଡ୍ କରିଛି।
ଜନ୍ମସ୍ଥାନ ନନ୍ଦିଆଗଗଡା, ହିଞ୍ଜିଳି ବାସଭବନ, ଧରାକୋଟସ୍ଥିତ ଅଫିସ ଏବଂ ବ୍ରହ୍ମପୁରସ୍ଥିତ ସମ୍ପର୍କୀୟ ଘରେ ଏକ କାଳୀନ ରେଡ୍ କରିଛି ଭିଜିଲାନ୍ସ। ଚଢାଉରେ ସାମିଲ ହୋଇଛନ୍ତି ବ୍ରହ୍ମପୁର ଭିଜିଲାନ୍ସର ୩ଜଣିଆ ଟିମ୍। ତେବେ ଯୁଧିଷ୍ଠିରଙ୍କର ଅନେକ ସମ୍ପତ୍ତି ଠାବ ହୋଇଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସେହିପରି ଜଗତସିଂହପୁରର ରାସ୍ତା ଓ ଗୃହନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ମିଶ୍ରଙ୍କ ଘର, ସମ୍ପର୍କୀୟଙ୍କ ଘର ସହ ମୋଟ ୮ଟି ସ୍ଥାନରେ ଚଢାଉ ହୋଇଛି।
ସରକାରୀ କ୍ୱାର୍ଟର, ବାଲିକୁଦାସ୍ଥିତ ଅଫିସ, ପୁରହିତପୁରସ୍ଥିତ ଶ୍ୱଶୁର ଘର, ସାନମଣ୍ଡଲସ୍ଥିତ ଭଉଣୀ ଘର, ଭୁବନେଶ୍ୱର ଜାଗମରାସ୍ଥିତ ବାସଭବନ ସହ ଭଡାଘରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ।