କାନ୍ଥ ପଡ଼ି ଭାଇ ଭଉଣୀଙ୍କର ମୃତ୍ୟୁ

ରାତିରେ ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ପଡିଲା

କେନ୍ଦୁଝର : କେନ୍ଦୁଝରରେ ଅଘଟଣ କାନ୍ଥ ପଡ଼ି ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି। ମାଅା ଝିଅ ଗୁରୁତର ଅବସ୍ଥାରେ ଘଟଗାଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଗାଁ ଥାନା ମନୋହରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ମନୋହରପୁର ଗାଁର ରୁକ୍ମିଣୀ ମୁଣ୍ଡା ନିଜର ତିନି ଛୁଅାଙ୍କ ସହ ଘରେ ଶୋଇଥିଲେ। ହେଲେ ଗତ କିଛି ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ଘରର ଦୁର୍ବଳ କାନ୍ଥ ଭୁଶୁଡ଼ି ସେମାନଙ୍କ ଉପରେ ପଡିଥିଲା। କାନ୍ଥଟି ୩ ବର୍ଷର ପୁଅ ଶ୍ରୀରାମ ମୁଣ୍ଡା ଓ ୫ ବର୍ଷର ଝିଅ ଗୀତା ମୁଣ୍ଡାଙ୍କ ଉପରେ ପଡିଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ମାଆ ରୁକ୍ମିଣୀ ଓ ୪ ବର୍ଷର ଝିଅ ହେମଲତା ଗୁରୁତର ଅାହତ ହୋଇଥିଲେ।

 

You might also like