କେନ୍ଦୁଝରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ : ୨ଜଣ ଗିରଫ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ନିଜ ସମ୍ପର୍କୀୟ ଘରୁ ଫେରୁଥିବା ବେଳେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଡମ୍ପରରେ ବସାଇ ଗାଁରେ ଛାଡ଼ିଦେବା ଆଳରେ ୨ଜଣ ଡମ୍ପର ଡ୍ରାଇଭର ନାବାଳିକାଙ୍କୁ ବାମେବାରୀ ଥାନା ଦରିବାହାଲ ଜଙ୍ଗଲରେ ଗଣଦୁଷ୍କମ କରିଥିଲେ। ପରେ ନାବାଳିକାଙ୍କୁ ବାଂଶପାଣି ସ୍ଥିତ ଏକ କ୍ରସର ନିକଟରେ ଛାଡ଼ି ପଳାଇଥିଲେ।

ନାବାଳିକା ଜଣଙ୍କ ଚେତା ଫେରିବା ପରେ ବହୁକଷ୍ଟରେ ଘରକୁ ଆସି ପରିବାର ଲୋକଙ୍କ ସହାୟତାରେ ଥାନାରେ ଅଭିଯୋଗ କରିଥିଲେ। ଖବରପାଇ ପୋଲିସ ଡମ୍ପର ଡ୍ରାଇଭର ଯୋଡ଼ା ଅଞ୍ଚଳର ଆଜାଦ ବସ୍ତିର ଅଭିନାଶ ଲାଗୁରି ଓ କାଳିଆ ଲୋହାରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ନାବାଳିକାଙ୍କୁ ଡାକ୍ତରୀ ମାଇନା ପରେ ସ୍ୱଧାରା ଗୃହକୁ ପଠାଯାଇଛି।

ଦେଖନ୍ତୁ ଏହି ଭିଡ଼ିଓ-

You might also like