ଟ୍ରକ୍ ମାଲିକ ସଂଘର ଆନ୍ଦୋଳନ: ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ

କେନ୍ଦୁଝର: ଡିଜେଲ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଡମ୍ପର,ଟ୍ରକ୍ ମାଲିକ ସଂଘର ଆନ୍ଦୋଳନ ଯୋଗୁ ଖଣିଜ ପଦାର୍ଥ ପରିବହନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଗତକାଲି ସକାଳୁ କେନ୍ଦୁଝର ଯୋଡ଼ା ଖଣି ଅଞ୍ଚଳରୁ ପରିବହନ ବନ୍ଦ ହୋଇ ପଡ଼ିରହିଛି।  ଖଣି ଅଞ୍ଚଳରେ ମାଲ ପରିବହନ କରୁଥିବା ଗାଡ଼ି ମାଲିକମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ମାଇନିଂ ଏରିଆ ଟ୍ରକ୍ ମାଲିକ ସଂଘର କହିବାନୁଯାୟୀ, ଗତ ଫେବୃୟାରୀ ମାସରୁ ଗାଡ଼ି ଭଡ଼ା ବୃଦ୍ଧି ପାଇଁ ଦାବି କରିଆସୁଥିଲେ। ହେଲେ ଭଡ଼ା ବୃଦ୍ଧି ଦିଗରେ କମ୍ପାନୀଗୁଡ଼ିକ କୌଣସି ପଦକ୍ଷେପ ନେଲେ ନାହିଁ। ଏଣୁ ମାଲ ପରିବହନ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଟ୍ରକ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି।

You might also like