ପ୍ରେମିକକୁ ତଣ୍ଟି ଚିପି ହତ୍ୟା କଲା ପ୍ରେମିକା

ଭୁବନେଶ୍ୱର : ରାଜଧାନୀରେ ତ୍ରିକୋଣୀୟ ପ୍ରେମର ଭୟଙ୍କର ପରିଣତି। ପୁରୁଷ ବନ୍ଧୁଙ୍କ ସହ ମିଶି ପ୍ରେମିକଙ୍କୁ ତଣ୍ଟିଚିପି ହତ୍ୟା କଲା ପ୍ରେମିକା । ମୃତକ ହେଲେ କଟକର ବୈଜୟନ୍ତ ମହାନ୍ତି। ଭୁବନେଶ୍ୱର ବୁଦ୍ଧନଗର ଅଂଚଳର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ବର୍ଷେ ତଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ କଟି ଯାଇଥିଲା।

ଏହି ସମୟରେ  ଅନ୍ୟ ଜଣେ ଯୁବକଙ୍କ ସହ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଗତକାଲି ବୈଜୟନ୍ତ, ବୁଦ୍ଧନଗର ଅଞ୍ଚଳରେ ଥିବା ପ୍ରେମିକାଙ୍କ ଅଫିସକୁ ଯାଇ ବୁଝାଇବାବେଳେ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହା ପରେ ଯୁବତୀ ଜଣକ ପୁରୁଷ ବନ୍ଧୁଙ୍କ ସହ ମିଶି ବୈଜୟନ୍ତଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ । ଘଟଣା ପରେ ପ୍ରେମିକା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବାବେଳେ ପୁରୁଷ ବନ୍ଧୁ ବି ଗିରଫ ହୋଇଛନ୍ତି।

You might also like