ବିନା ପେଡ଼ାଲ୍‌ରେ ଚାଲୁଛି ଟ୍ରଲି ରିକ୍ସା

ବାଲିଗୁଡ଼ା (ଅଜିତ୍‌ ନାଏକ) : ମନରେ ନିଷ୍ଠା ଥିଲେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ସୁଲୁମାହା ଗାଁର ନରାପା ପ୍ରଧାନ।

ବିନା ପେଡ଼ାଲ୍‌ରେ ନରାପା ଟ୍ରଲି ରିକ୍ସା ଚଳାଉଛନ୍ତି। ଏଭଳି ଟ୍ରଲି ରିକ୍ସାରେ ସେ ସ୍କୁଟର ଇଞ୍ଜିନ୍‌ ସଂଯୋଗ କରି ବିନା ଦ୍ୱିଧାରେ ଯିବା ଆସିବା କରୁଛନ୍ତି। ଏହି ବିନା ପେଡାଲର ଗାଡିରେ ଗାଁ ଲୋକଙ୍କୁ ଅନ୍ୟ ସ୍ଥାନକୁ ନେବା ଆଣିବା ସହିତ ହଳଦୀ, ଜାଳେଣି କାଠ ଓ ଡାଳ ପତ୍ର ବୋହିବା ଭଳି କାମ କରୁଛନ୍ତି। ଏଥିରୁ ଭଲ ଦି ପଇସା ରୋଜଗାର କରି ନିଜ ପରିବାର ମଧ୍ୟ ପ୍ରତିପୋଷଣ କରିପାରୁଛନ୍ତି। ନରାପାଙ୍କ ଏଭଳି ଉଦ୍ୟମକୁ ଗାଁ ଲୋକେ ପ୍ରଶଂସା କରିବା ସହ ତାଙ୍କୁ ନେଇ ଗର୍ବ ଅନୁଭବ କରୁଛନ୍ତି।

ସେପଟେ ନରାପାଙ୍କ ଏଭଳି ଉଦ୍ୟମକୁ ଦାରିଙ୍ଗିବାଡି ବିଡିଓ ପ୍ରଶଂସା କରିଛନ୍ତି। ଆଗକୁ ଆହୁରି ଅଧିକ ତାଲିମ ଦେବା ଲାଗି ସରକାରୀ ବନ୍ଦୋବସ୍ତ କରିବେ ବୋଲି କହିଛନ୍ତି। ଏଥିସହ ତାଙ୍କୁ ସରକାରୀ ଗାଇଡ୍ ଲାଇନ୍ ଅନୁଯାୟୀ ଘର ଓ ରାସନ୍‌ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।

ମାତ୍ର ତୃତୀୟ ଶ୍ରେଣୀ ଯାଏଁ ପଢିଥିବା ନରାପାଙ୍କୁ ପିଲା ଦିନରୁ କିଛି ନୂଆ କରିବାର ନିଶା ଘାରିଥିଲା। କିନ୍ତୁ ଏବେ ସେ ଆଦିବାସୀ ଯୁବକ ମାନଙ୍କ ପାଇଁ ପାଲଟିଛନ୍ତି ଆଦର୍ଶ।

You might also like