ଇମ୍ଫା ଥେରୁବାଲି ପ୍ଲାଣ୍ଟ ଆନ୍ଦୋଳନକୁ ଆଦିବାସୀ ସଙ୍ଘର ବିରୋଧ, କହିଲା ଶାସକ ଦଳର ଚାପରେ ହିଁ ସବୁକିଛି ଚାଲିଛି

ରାୟଗଡ଼ା: ଇମ୍ଫା ଥେରୁବାଲି ଆଗରେ ଆନ୍ଦୋଳନକୁ ବିରୋଧ କରିଛି ଜିଲ୍ଲା ଆଦିବାସୀ ସଙ୍ଘ। ରାୟଗଡ଼ା ଜିଲ୍ଲା ଆଦିବାସୀ ସଙ୍ଘର ସଭାପତି ଆପଲସ୍ୱାମୀ କାଡ଼୍ରାକା ଆନ୍ଦୋଳନକୁ ସମାଲୋଚନା ମଧ୍ୟ କରିଛନ୍ତି। କାଡ଼୍ରାକା କହିଛନ୍ତି ଯେ, ଆଦିବାସୀମାନେ ହିଂସାତ୍ମକ ଆନ୍ଦୋଳନକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ଶାସକ ଦଳର ଚାପରେ ଏଭଳି କାଣ୍ଡ ଚାଲିଛି ବୋଲି ସେ କହିଛନ୍ତି। ଏଥିସହିତ କାହାରି ଚାପରେ ବଶବର୍ତ୍ତୀ ହୋଇ ଆନ୍ଦୋଳନ ନ କରି ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରନ୍ତୁ ବୋଲି ସେ ଆଦିବାସୀ ଭାଇଭଉଣୀମାନଙ୍କୁ ନିବେଦନ କରିଛନ୍ତି।

ସେହିପରି ଏହି ଆନ୍ଦୋଳନକୁ ନାପସନ୍ଦ କରିଛନ୍ତି ସଙ୍ଘର ଆବାହକ ବସନ୍ତ ଉଲ୍ଲାକା। ଏଥିରେ ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଜିଲ୍ଲା ଆଦିବାସୀ ସଙ୍ଘର ଅନୁମତି ନ ନେଇ ଆନ୍ଦୋଳନ କରାଯାଉଛି। ପ୍ରଥମେ ଆନ୍ଦୋଳନ ଆରମ୍ଭ କରିବା ପରେ ସଙ୍ଘର ସହଯୋଗ ଲୋଡ଼ିଥିଲେ। କିନ୍ତୁ ସଙ୍ଘ ଏପରି ହିଂସ୍ର ଆନ୍ଦୋଳନକୁ ସମର୍ଥନ କରିବାକୁ ମନା କରିଦେବା ପରେ ଶାସକ ଦଳ ପ୍ରରୋଚନାରେ ଏପରି ଆନ୍ଦୋଳନ ଚାଲିଛି ବୋଲି ଉଲ୍ଲାକା କହିଛନ୍ତି। ଜିଲ୍ଲା ଆଦିବାସୀ ସଙ୍ଘ ଏପରି ଆନ୍ଦୋଳନକୁ ସମର୍ଥନ କରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

 

You might also like