ଟ୍ରାନ୍ସ ବିଚ୍ ଫେଷ୍ଟିଭାଲ୍ : ପୁରୀ ବେଳାଭୂମି ସୌନ୍ଦର୍ଯ୍ୟକରଣ ଉଦ୍ୟମକୁ ପ୍ରଶଂସା କଲେ ବ୍ୟାଡ୍ ମ୍ୟାନ୍
ପୁରୀ : ପୁରୀ ବେଳାଭୂମିରେ ଆରମ୍ଭ ହୋଇଛି ୫ମ ଆନ୍ତର୍ଜାତିକ ଟ୍ରାନ୍ସ ଫେଷ୍ଟିଭାଲ୍। ଏହି ଉତ୍ସବରେ ଗତ ଶୁକ୍ରବାର ଦିନ ବଲିଉଡର ବ୍ୟାଡ୍ ମ୍ୟାନ୍ ଶକ୍ତି କପୁର ଯୋଗ ଦେଇଥିଲେ। ତାଙ୍କର ନିଆରା ଶୈଳୀରେ ଡାଇଲଗ୍ ସେଠାରେ ଉପସ୍ଥିତ ଲୋକଙ୍କ ମନ ମୋହିଥିଲା। ଶକ୍ତି କପୁର ପୁରୀ ବେଳାଭୂମିର ପରିଷ୍କାର ପରିଚ୍ଛନ୍ନତା ଦିଗରେ ପ୍ରଶାସନ ଓ ଲୋକଙ୍କ ଉଦ୍ୟମକୁ ଖୁବ୍ ପ୍ରଶଂସା କରିଥିଲେ।
ପ୍ରଥମ ସନ୍ଧ୍ୟାରେ ଋଷିଆର କଳାକାରଙ୍କ ଦ୍ୱାରା ରାଧାକୃଷ୍ଣଙ୍କ ଯୁଗଳ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ଏଥିସହ ଇଣ୍ଡିଆନ ଆଇଡଲ ଫେମ୍ ସାଇନା ଚୌଧୁରୀ, ମନୀଷା କର୍ମକାରଙ୍କ ସଂଗୀତକୁ ପର୍ଯ୍ୟଟକମାନେ ଉପଭୋଗ କରିଥିଲେ।
ଏହି ଫେଷ୍ଟିଭାଲରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ସାଂସଦ ତଥାଗତ ଶତପଥୀ, ପୌରସଂସ୍ଥାର ଅଧ୍ୟକ୍ଷ ଜୟନ୍ତ କୁମାର ଷଡଙ୍ଗୀ ଓ ମୁମ୍ବାଇର ପୂର୍ବତନ କମିଶନର ଅରୁପ ପଟ୍ଟନାୟକ ଅତିଥିଭାବେ ଯୋଗ ଦେଇଥିଲେ।
ଦେଖନ୍ତୁ ଏହି ଭିଡ଼ିଓ-