ରାୟଗଡା ଓ ଟିଟିଲାଗଡ ମଧ୍ୟରେ ଟ୍ରେନ ଚଳାଚଳ ପୁଣି ସ୍ୱାଭାବିକ

ରାୟଗଡା : ୧୧ମାସ ଧରି ରାୟଗଡା ଓ ଟିଟିଲାଗଡ ମଧ୍ୟରେ ବାତିଲ ହୋଇଥିବା ଦୁଇଟି ଟ୍ରେନ ଚଳାଚଳ ପୁଣି ସ୍ୱାଭାବିକ ହୋଇଛି।  ସମ୍ବଲପୁର-ରାୟଗଡା ଏକ୍ସପ୍ରେସ ଓ ବିଶାଖାପାଟନାମ୍-ଦୁର୍ଗ ଏକ୍ସପ୍ରେସ୍‌ ଚଳାଚଳ ଆରମ୍ଭ ହୋଇଛି। ଏଥିସହ ଚଳିତମାସ ଶେଷ ସୁଦ୍ଧା ଆଉ ତିନିଟି ଟ୍ରେନ୍‌ ଚଳାଚଳ କରାଯିବ ବୋଲି ରାୟଗଡାର ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି।

ଗତ ବର୍ଷ ଜୁଲାଇ ୧୬ରେ ନାଗାବଳୀ ନଦୀରେ ବନ୍ୟା ଯୋଗୁଁ ଥେରୁବାଲିର ପୂଜାରୀଗୁଡା ନିକଟରେ ପୋଲ ସମ୍ପୂର୍ଣ୍ଣ ଧୋଇ ଯାଇଥିଲା। ଏଥିଯୋଗୁ ଅନେକ ଟ୍ରେନର ଗତିପଥ ବଦଳାଯିବା ସହ ୫ଟି ଟ୍ରେନକୁ ରାୟଗଡା ଷ୍ଟେସନରୁ ବାତିଲ କରାଯାଇଥିଲା।

You might also like