ବିଦ୍ୟୁତ ତାର ଛିଡ଼ିବା ଯୋଗୁଁ ଟ୍ରେନ୍ ଯାତ୍ରା ବାଧାପ୍ରାପ୍ତ, ଟ୍ରେନ ସେବା ବାତିଲ

ଭୁବନେଶ୍ୱର :  କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ।  ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଯୋଗୁଁ ରେଳଲାଇନର କିଛି ସ୍ଥାନରେ ବିଦ୍ୟୁତ ତାର ଛିଡ଼ି ଯାଇଥିବା ସୂଚନା ମିଳିଛି। ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଯୋଗୁଁ  ଟ୍ରେନର ସିଗନାଲ ସିଷ୍ଟମ ମଧ୍ୟ ବାଧାପ୍ରାପ୍ତ ହୋଇଛି। ସିଗନାଲ ବ୍ୟବସ୍ଥା ଅଚଳ ହେବାରୁ ଭୁବନେଶ୍ୱରରୁ ପୁରୀ, ବ୍ରହ୍ମପୁର ଏବଂ ଭଦ୍ରକକୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସିଗନାଲ ବ୍ୟବସ୍ଥା ଅଚଳ ଯୋଗୁଁ କିଛି ଟ୍ରେନକୁ ବାତିଲ କରାଯାଇଛି। ଭୁବନେଶ୍ୱର ଆସୁଥିବା ଅନେକ ଟ୍ରେନ ମୁଖ୍ୟ ଷ୍ଟେସନକୁ ନଆସି ବାଟରେ ଅଟକି ରହିଛି। ଲୋକମାନେ ଘଣ୍ଟା ଘଣ୍ଟା ଧରି ଟ୍ରେନରେ ରହି ନାନା ହନ୍ତସନ୍ତ ହୋଇଛନ୍ତି।  ଲିଙ୍ଗରାଜ ଷ୍ଟେସନରେ ଟ୍ରେନ ଅଟକି ରହିଥିବାରୁ ଲୋକମାନେ ବର୍ଷାରେ ଚାଲି ଚାଲି ଭୁବନେଶ୍ୱର ଆସିଛନ୍ତି।

ବାତିଲ ହୋଇଥିବା ଟ୍ରେନ୍‌ର ସୂଚନା –

ବର୍ଷା, ପବନ ଯୋଗୁଁ କିଛି ଟ୍ରେନ ବିଳମ୍ବରେ ଚାଲିଥିବାବେଳେ କିଛି ଟ୍ରେନକୁ ବାତିଲ କରାଯାଇଛି। ଭୁବନେଶ୍ୱରରେ ଅଟକି ରହିଛି ଅନୁଗୁଳ-ପୁରୀ ପାସେଞ୍ଜର। ମଞ୍ଚେଶ୍ୱରରେ ଅଟକିଛି ଟାଟା-କାଚେଗୁଡ଼ା ଏବଂ  ତାଳଚେର-ପୁରୀ ଟ୍ରେନ ବାରଙ୍ଗରେ ଅଟକିଛି। ଭଦ୍ରକ-ଭୁବନେଶ୍ୱର ପାସେଞ୍ଜର। ରେତଙ୍ଗରେ, ପୁରୀ-କଟକ, ଖୋର୍ଦ୍ଧାରେ ପଲାସା-କଟକ ପାସେଞ୍ଜର ଅଟକିଛି। ତାପଙ୍ଗରେ ଅଟକିଛି ସିକନ୍ଦରାବାଦ-ହାୱଡ଼ା ଫାଲକନୁମା ଏକ୍ସପ୍ରେସ। ନିରାକାରପୁରରେ ଅଟକିଛି ବେଙ୍ଗଲୁରୁ-ଭୁବନେଶ୍ୱର ଏକ୍ସପ୍ରେସ।

ଡେଲାଙ୍ଗରେ ଅଟକିଛି ପୁରୀ-ସନ୍ତ୍ରାଗାଛି ପାସେଞ୍ଜର ଟ୍ରେନ। ପୁରୀରୁ ଏଯାଏ ଛାଡ଼ିନି ପୁରୀ-ନୂଆଦିଲ୍ଲୀ ନନ୍ଦନକାନନ ଏକ୍ସପ୍ରେସ। କଟକ-ପାରାଦୀପ-କଟକ ପାସେଞ୍ଜର ଉଭୟ ପଟୁ ବାତିଲ। କଟକ-ଭଦ୍ରକ-କଟକ ପାସେଞ୍ଜର ଉଭୟ ପଟୁ ବାତିଲ। ପଲାସା-କଟକ ପାସେଞ୍ଜର ମଞ୍ଚେଶ୍ୱର ଯାଏ ଯିବ। ପଲାସା-କଟକ ପାସେଞ୍ଜର ମଞ୍ଚେଶ୍ୱର-କଟକ ମଧ୍ୟରେ ବାତିଲ। ଭୁବନେଶ୍ୱର-ବ୍ରହ୍ମପୁର ପାସେଞ୍ଜର ବାଲୁଗାଁ ଯାଏ ଯାଇ ଫେରିବ। ଭୁବନେଶ୍ୱର-ବ୍ରହ୍ମପୁର ପାସେଞ୍ଜର ବାଲୁଗାଁ-ବ୍ରହ୍ମପୁର ମଧ୍ୟରେ ବାତିଲ।

ଆହୁରି ପଢ଼ନ୍ତୁ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

You might also like