ବିଚ୍ ରାସ୍ତାରେ ଟ୍ରାଫିକ କନେଷ୍ଟବଳଙ୍କୁ ବେଲ୍ଟରେ ପିଟିଲେ

ଭୁବନେଶ୍ୱର: ରାଜଧାନୀରେ ବିଚ୍ ରାସ୍ତାରେ ଟ୍ରାଫିକ କନେଷ୍ଟବଳଙ୍କୁ ମାଡ଼। ବେଲ୍ଟ କାଢ଼ି ସର୍ବ ସାଧାରଣରେ ଟ୍ରାଫିକ କନେଷ୍ଟବଲଙ୍କୁ ପିଟିଲେ ଜଣେ ବ୍ୟକ୍ତି। ଏହି ଘଟଣା ଘଟିଛି ଭୁବନେଶ୍ୱର ରବି ଟକିଜ ଛକରେ। ସାଧାରଣ କଥାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ଏଭଳି କାଣ୍ଡ ଘଟାଇଛନ୍ତି।

ରବି ଟକିଜ୍‌ ଛକରେ ଟ୍ରାଫିକ ସମସ୍ୟାକୁ ନେଇ ଜଣେ ବ୍ୟକ୍ତିଙ୍କ ସହିତ ଟ୍ରାଫିକ କନେଷ୍ଟବଳଙ୍କ ଯୁକ୍ତିତର୍କ ହୋଇଥିଲା। କଥା କଟାକଟି ନ ଥମିବାରୁ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣକ ତାଙ୍କ କିଛି ସହଯୋଗୀଙ୍କୁ ଘଟଣାସ୍ଥଳକୁ ଡକାଇଥିଲେ। ତାପରେ ଝଗଡ଼ା ବଢ଼ିବାରୁ ବ୍ୟକ୍ତି ଜଣକ ବେଲ୍ଟ କାଢ଼ି ଟ୍ରାଫିକ୍‌ କନେଷ୍ଟବଳଙ୍କୁ ପିଟିଥିଲେ। ଏନେଇ ଟ୍ରାପିକ କନେଷ୍ଟବଳ ଜଣଙ୍କ ଟ୍ରାଫିକ ଥାନାରେ ଅଭିଯୋଗ କରିଛନ୍ତି। ବଡି କ୍ୟାମେରାରେ ମାଡ ମରାର ଦୃଶ୍ୟ କଏଦ୍ ହୋଇଛି। ଯାଞ୍ଚ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଟ୍ରାଫିକ ଏସିପି କହିଛନ୍ତି। ପୋଲିସ କମିଶନର କହିଛନ୍ତି ପୂରା ଘଟଣା ଜାଣିବାପରେ ପଦକ୍ଷେପ ନିଆଯିବ।

 

 

ଆହୁରି ପଢ଼ନ୍ତୁ

ତୀର ମାଡ଼ରେ ଯୁବକଙ୍କ ମୃତ୍ୟୁ

ପିଜି ପ୍ରବେଶିକା ପରୀକ୍ଷାର ସମୟସାମା ଦୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

You might also like