ତୋଷାଳି ଭବନରେ ହୋଇପାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ୍

ଭୂବନେଶ୍ୱର: ଓଡ଼ିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ ପାଇଁ ଜାଗା ଖୋଜା। ଭୁବନେଶ୍ୱର ତୋଷାଳି ଭବନରେ ହୋଇପାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ୍।  ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଚିଠି କରାଯାଇଛି।

ଭୁବନେଶ୍ୱରର ତୋଷାଳି ଭବନରେ ପୂର୍ବରୁ ଚାଲୁଥିବା ଆଇଆଇଟି ଭୁବନେଶ୍ୱର ସ୍ଥାନକୁ ଦିଆଯାଉ ବୋଲି ଚିଠିରେ ଏଥିରେ ଉଲ୍ଲେଖ ରହିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ ବୋଲି ପ୍ରକ୍ରିୟା ଆରମ୍ଭ ହୋଇଛି।

ବିଶ୍ୱବିଦ୍ୟାଳୟ ଲାଗି ୫୦ ଏକର ଜାଗା ଚିହ୍ନଟ ପାଇଁ ରାଜସ୍ୱ  ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ ଚିହ୍ନଟ ପ୍ରକ୍ରିୟା ଚାଲୁରହିଥିବାରୁ ସେ ପଯର୍ୟନ୍ତ ଅସ୍ଥାୟୀ କ୍ୟାମ୍ପସ ପାଇଁ ତୋଷାଳି ଭବନକୁ ମାଗିଛି ଉଚ୍ଚ ଶିକ୍ଷା ବିଭାଗ।

You might also like