ଫିଙ୍ଗାଗଲା ଟନ୍ ଟନ୍ ଚାଉଳ
ସମ୍ବଲପୁର : ସମ୍ବଲପୁର ହୀରାକୁଦରେ ଫିଙ୍ଗାଗଲା ଟନ୍ ଟନ୍ ଚାଉଳ। ଏଠାରେ ଥିବା ଏକ ରାଇସ୍ ମିଲ୍ର ଚାଉଳ ଖରାପ ହୋଇଯାଇଥିବାରୁ ହୀରାକୁଦ ଲରପଙ୍କ ଅଞ୍ଚଳର ଏକ ଖୋଲା ପଡିଅାରେ ପକାଯାଉଛି ଏହି ଚାଉଳ।
ବର୍ଷା ପାଣିରେ ଚାଉଳ ସବୁ ନଷ୍ଟ ହୋଇଯାଇଥିବାରୁ ତାକୁ ଫିଙ୍ଗାଯାଉଥିବା ନେଇ ଅନୁମାନ କରାଯାଉଛି। କଷ୍ଟମ ମିଲିଂ ପରେ ଏହା ଯୋଗାଣ ବିଭାଗକୁ ଫେରା ଯାଇଥାନ୍ତା। ତେବେ ଚାଉଳ ଖରାପ ହେବା ପରେ ଏହାକୁ ଠିକ୍ ଭାବରେ ନଷ୍ଟ କରାନଯାଇ ଏଭଳି ଢଙ୍ଗରେ ଫିଙ୍ଗାଯାଇଥିବା ଜଣାପଡିଛି।