ଅାଜି ଗୁରୁ ଦିବସକୁ କଳା ଦିବସ ଭାବେ ପାଳିବେ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ

ଭୁବନେଶ୍ୱର : ଅାଜି ଗୁରୁ ଦିବସକୁ କଳା ଦିବସ ଭାବେ ପାଳିବେ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ। ତାସହ ଅାସନ୍ତାକାଲିଠାରୁ ଏକକାଳୀନ ସବୁ ବ୍ଲକଗ୍ରାଣ୍ଟ ସ୍କୁଲ ଓ କଲେଜରେ ତାଲା ପକାଇବାକୁ ନିଷ୍ପତ୍ତି ନେଇଛି ମିଳିତ ମଞ୍ଚ।

ବ୍ଲକଗ୍ରାଣ୍ଟ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଓ ଚାକିରି ସର୍ତ୍ତାବଳୀ ଲାଗୁ ଦାବିରେ ରାଜଧାନୀର ରାଜରାସ୍ତାରେ ଅାଜିକୁ ୨୧ ଦିନ ହେଲା ଅହୋରାତ୍ର ଅାନ୍ଦୋଳନ ଚାଲିଛି। ହେଲେ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ନିଅାଯାଇଛି ଏଭଳି ଚରମ ନିଷ୍ପତ୍ତି।

ଏପଟେ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି, ଗୁରୁ ଦିବସ ପିଲା ଓ ଅଭିଭାବକ ପାଳନ୍ତି। ଶିକ୍ଷକମାନଙ୍କ ଦାବି ଉପରେ ଅାଲୋଚନା ଚାଲିଥିବାବେଳେ କଳା ଦିବସ ପାଳନର ଯଥାର୍ଥତା କେଉଁଥି ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ ଶିକ୍ଷକ ଅାନ୍ଦୋଳନକୁ ଦେଖି ଅାଜି ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବକୁ ସ୍ଥଗିତ ରଖିଛି ଗଣଶିକ୍ଷା ବିଭାଗ।

You might also like