ସ୍କୁଲ ପିଲା ଖାଇପାରିଲେ ନାହିଁ ମଧ୍ୟାହ୍ନ ଭୋଜନ

ବଲାଙ୍ଗିର : ସ୍କୁଲ ପିଲା ଖାଇପାରିଲେ ନାହିଁ ମଧ୍ୟାହ୍ନ ଭୋଜନ। ବଲାଙ୍ଗିରର ବିଭିନ୍ନ ସ୍କୁଲରେ ଏଯାଏଁ  ଅାଜିର ମଧ୍ୟାହ୍ନ ଭୋଜନ ପହଞ୍ଚି ନଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ମ୍ୟୁନିସପାଲିଟି ଓ ପୁଇଁତଳା ବ୍ଲକ୍‌ର କୌଣସି ସ୍କୁଲରେ MDM ପହଞ୍ଚି ନ ଥିବା ଅଭିଯୋଗ ହୋଇଛି ।

ବିଲେଇସୁର୍ଡ଼ା ସେଣ୍ଟ୍ରାଲ୍ କିଚେନରୁ ବିଭିନ୍ନ ସ୍କୁଲକୁ MDM ଯିବା ନେଇ ନିଷ୍ପତ୍ତି ହୋଇଥିଲା। ଗତକାଲି ସେଣ୍ଟ୍ରାଲ୍ କିଚେନକୁ ସାଂସଦ କଳିକେଶ ଉଦ୍‌ଘାଟନ କରିଥିଲେ। ସେଣ୍ଟ୍ରାଲ୍ କିଚେନର ଦାୟିତ୍ୱ କ୍ରିଷ୍ଣା କ୍ରିପା ଟ୍ରଷ୍ଟକୁ ଦିଅାଯାଇଥିଲା। କିନ୍ତୁ ମଧ୍ୟାହ୍ନ ଭୋଜନ ପହଞ୍ଚି ନଥିବାରୁ ଉପାସରେ ଅନେକ ସ୍କୁଲ ପିଲା ବସିଛନ୍ତି।

You might also like