ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲେପନ ହେବ ଖଳିପ୍ରସାଦ

ପୁରୀ : ଆଜି ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କର ଘଣାଲାଗି ଗୁପ୍ତ ସେବା କରାଯାଉଛି। ଏହି ବିଶେଷ ନୀତିରେ ସୁଦୁ ସୁଆରଙ୍କ ଘରେ ପ୍ରସ୍ତୁତ କରାଯାଇଥିବା ଖଳିପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଦଇତାପତି ସେବାୟତମାନେ ଶ୍ରୀଜିଉଙ୍କ ଶରୀରରେ ଦିବ୍ୟଲେପନ କରିବେ।

ଚନ୍ଦନ, କର୍ପୁର, କସ୍ତୁରୀ ମିଶ୍ରିତ ଖଳିକୁ ସୁଦୁସୁଆର ସେବାୟତଙ୍କ ଘରୁ ଶ୍ରୀମନ୍ଦିରକୁ ବିଜେ କରାଯିବାର ବିଧିବିଧାନ ରହିଛି। ଶ୍ରୀମନ୍ଦିରରୁ ଆସିଥିବା କାହାଳୀ ବାଜିବା ସହ ପାଟପଟୁଆରରେ ଏହି ପବିତ୍ର ଖଳିପ୍ରସାଦ ବିଜେ କରାଯାଇଥାଏ।

You might also like