ଆଜି କାର୍ଗିଲ୍ ବିଜୟ ଦିବସ
ନୂଆଦିଲ୍ଲୀ: ଆଜି କାର୍ଗିଲ୍ ବିଜୟ ଦିବସ। ଭାରତ ପାଇଁ ଏକ ଐତିହାସିକ, ସ୍ମରଣୀୟ ଓ ଗୌରବମୟ ଦିନ। ୧୯୯୯ ମସିହା ଜୁଲାଇ ୨୬ ଅର୍ଥାତ୍ ଆଜିର ଦିନରେ କାର୍ଗିଲ ଯୁଦ୍ଧରେ ପାକିସ୍ତାନ ଅନୁପ୍ରବେଶକାରୀ କବ୍ଜା କରିଥିବା ସମସ୍ତ ଘାଟିକୁ ପୁଣି ଦଖଲ କରିନେଇଥିଲା ଭାରତୀୟ ସେନା।
ଏହି କାର୍ଗିଲ ବିଜୟ ଦିବସର ୧୯ ବର୍ଷ ପୂର୍ତ୍ତି ଅବସରରେ କାଶ୍ମୀରର ଦ୍ରାସ ଠାରେ ଦୀପ ପ୍ରଜ୍ୱଳନ କରି ଭାରତୀୟ ଯବାନ ବିଜୟ ଉତ୍ସବ ପାଳନ କରିଛନ୍ତି। ତାଙ୍କ ପରିବାର ବର୍ଗ ଏଥିସହିତ କାର୍ଗିଲ ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।