ଆଜି ହୀରାକୁଦ ବନ୍ଦ

ସମ୍ବଲପୁର : ଆଜି ହୀରାକୁଦ ବନ୍ଦ। ସଡକ ଦୁର୍ଘଟଣାରେ ଜଣେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବନ୍ଦ ପାଳନ କରାଯାଇଛି। ବନ୍ଦ ପ୍ରଭାବରେ ହୀରାକୁଦରେ ଦୋକାନ ବଜାର ସହ ଗାଡିଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଗତକାଲି ଦୁର୍ଗା ମନ୍ଦିର ଛକରେ ଡମ୍ପର ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାର ଲୋକଙ୍କୁ ଚାକିରି ସହ କ୍ଷତିପୂରଣ ଦାବିରେ ବନ୍ଦ ପାଳନ କରିଛନ୍ତି ସ୍ଥାନୀୟ ଲୋକେ।

You might also like