ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି : ମାର୍ଚ୍ଚ ୨୩ ତାରିଖରେ ହୋଇପାରେ ନିର୍ବାଚନ
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଖାଲି ପଡୁଥିବା ୩ଟି ରାଜ୍ୟସଭା ଆସନ ପାଇଁ ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯାଇପାରିବ। ୧୩ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ପରେ ୧୫ ତାରିଖ ଅପରାହ୍ନ ୩ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ ଏବଂ ଆବଶ୍ୟକ ହେଲେ ମାର୍ଚ୍ଚ ୨୩ ତାରିଖରେ ନିର୍ବାଚନ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ଓଡ଼ିଶାରୁ ରାଜ୍ୟସଭା ସାଂସଦ ଏ.ଭି.ସ୍ୱାମୀ, ଅନଙ୍ଗ ଉଦୟ ସିଂଦେଓ ଓ ଦିଲ୍ଲିପ ତିର୍କୀଙ୍କ କାର୍ଯ୍ୟକାଳ ଏପ୍ରିଲ୍ ୩ ତାରିଖରେ ଶେଷ ହେଉଛି। ଦିଲ୍ଲିପ ତିର୍କୀ ଓ ଏ.ଭି. ସ୍ୱାମୀ ଏପ୍ରିଲ୍ ୪, ୨୦୧୨ରେ ରାଜ୍ୟ ସଭାକୁ ଯାଇଥିଲେ।