କେମିତି ବ୍ୟାଙ୍କ ଶୁଳ୍କରୁ ରକ୍ଷା ପାଇବେ, ଜାଣନ୍ତୁ କିଛି ସହଜ ଉପାୟ

ବ୍ୟାଙ୍କର ଅନେକ ସେବା ମାଗଣାରେ ମିଳିଥାଏ। ଏଥିପାଇଁ ବ୍ୟାଙ୍କଗୁଡିକ ହଜାର ହଜାର କୋଟି ଟଙ୍କାର ଟାକ୍ସ ଭରିଥାନ୍ତି। ଏବେ ଏହି ସବୁ ମୁକ୍ତ ସେବା ଆଉ ମାଗଣାରେ ପାଇପାରିବେ ନାହିଁ । ବ୍ୟାଙ୍କ ଏଥିରେ ସେବା ଶୁଳ୍କ ନେବାକୁ ସ୍ଥିର କରିଛି। ଆଉ ଏହାରି ଭିତରେ ଏକ ଗାଇଡ୍‌ ଲାଇନ୍‌ପ୍ରସ୍ତୁତ ହୋଇଛି , ଯାହାଦ୍ୱାରା ବ୍ୟାଙ୍କର ନୀତିରେ ପରିବର୍ତ୍ତନ ଘଟିଲେ ବି ଆପଣ ଅତିରିକ୍ତ ଖର୍ଚ୍ଚ ଆଦିରୁ ରକ୍ଷା ପାଇପାରିବେ।

ଆସନ୍ତୁ ଜାଣିବା ଅତିରିକ୍ତ ଖର୍ଚ୍ଚରୁ ବଞ୍ଚିବାର ପ୍ରକ୍ରିୟା –

୧ – ଉଚିତ୍‌ ଉପାୟରେ ଏଟିଏମ୍‌ର ବ୍ୟବହାର କରନ୍ତୁ –  ବ୍ୟାଙ୍କ୍‌ କେବଳ ୫ଟି ମୁକ୍ତ ଟ୍ରାଜାକ୍ସନର ସୁବିଧା ଦେଇଥାଏ। ତାହା ନିଜ ବ୍ୟାଙ୍କର ଏଟିଏମ୍‌ ହେଉ ବା ଅନ୍ୟ ବ୍ୟାଙ୍କର। ଯଦି ଆପଣଙ୍କୁ ଅଧିକ ଟଙ୍କାର ଆବଶ୍ୟକତା ପଡୁଛି ତ , ଏଟିଏମ୍‌ରୁ ଅଳ୍ପ ଅଳ୍ପ ଟଙ୍କା ବାହାର ନକରି , ଏକାଥରେ ଅଧିକ ଟଙ୍କା ବାହାର କରନ୍ତୁ। ଆଉ ଆପଣଙ୍କୁ ଅତିରିକ୍ତ ଟ୍ରାଜାକ୍ସନରେ ଟାକ୍ସ ଭରିବାକୁ ପଡିବ ନାହିଁ।

୨- ବ୍ୟାଙ୍କ୍‌ ଶାଖାଗୁଡିକରୁ କ୍ୟାସ୍‌ ଟ୍ରାଜାକ୍ସନ କରନ୍ତୁ ନାହିଁ- ବ୍ୟାଙ୍କ୍‌ ପ୍ରତି ମାସରେ ଶାଖାଗୁଡିକରୁ ୩ରୁ ୪ଟି ମୁକ୍ତ ଟ୍ରାଜାକ୍ସନର ଅନୁମତି ଦେଇଥାଏ। ଏହାଠାରୁ ଅଧିକା କଲେ ଟାକ୍ସ ଲାଗୁ ହୋଇଥାଏ।

୩-ଚେକ୍‌ ଛାଡି ନେଟ୍‌ବ୍ୟାଙ୍କିଙ୍ଗ୍‌ କରନ୍ତୁ – ଆପଣଙ୍କୁ ମାଗଣାରେ ମିଳିଥିବା ଚେକ୍‌ବୁକ୍‌ ପରେ ଯଦି ଅତିରିକ୍ତ ଚେକ୍‌ର ଆବଶ୍ୟକତା ପଡିଲା ତ ଆପଣଙ୍କୁ ଚାର୍ଜ ଦେବାକୁ ପଡିବ। ଏଥିପାଇଁ କାହାକୁ କ୍ୟାସ୍‌ ଟ୍ରାନ୍ସଫର କରିବା ପାଇଁ ଚେକ୍‌ବୁକ୍‌ ବଦଳରେ ନେଟ୍‌ବ୍ୟାଙ୍କିଙ୍ଗ୍‌କୁ ଆପଣାନ୍ତୁ।

ଆପଣ କେତୋଟି ଚେକ୍‌ବୁକ୍‌ ଅର୍ଡର କରୁଛନ୍ତି , ଏହି ହିସାବରେ ୨୦ରୁ ୧୫୦ଟଙ୍କା ପ୍ରତି ଚେକ୍‌ବୁକ୍ ପିଛା ଦେବାକୁ ପଡିପାରେ।

୪- ସର୍ବଦା ଖାତାରେ ସର୍ବନିମ୍ନ ବାଲାନ୍ସ ରଖନ୍ତୁ- ଯଦି ଆପଣ ନିଜର ବ୍ୟାଙ୍କ୍‌ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିନାହାଁନ୍ତି ତ ବ୍ୟାଙ୍କ ଆପଣଙ୍କ ଠାରୁ ଫାଇନ୍‌ ନେଇପାରେ। ଏହା ପ୍ରତି ମାସରେ ୧୦ରୁ ୬୦୦ଟଙ୍କା ପର୍ଯ୍ୟନ୍ତ ହୋଇପାରେ।

୫- ଇମେଲ୍‌ ମାଧ୍ୟମରେ ଷ୍ଟେଟ୍‌ମେଣ୍ଟ ମାଗନ୍ତୁ- ବ୍ୟାଙ୍କ୍‌ କାଗଜରେ ପ୍ରକାଶିତ ଷ୍ଟେଟ୍‌ମେଣ୍ଟ ବା ପାସ୍‌ବୁକ୍‌ ଇସ୍ୟୁ ପାଇଁ ଫି’ ନେଇଥାଏ। ଏହି ଚାର୍ଜ  ୧୦୦ଟଙ୍କା ହୋଇଥାଏ।

୬- ଠିକ୍‌ ସମୟରେ କ୍ରେଡିଟ୍‌ କାର୍ଡର ବିଲ୍‌ ଭରନ୍ତୁ-  କ୍ରେଡିଟ୍‌ କାର୍ଡରେ ପଇସା ବାହାର କଲେ ସୁଧ ତ ଲାଗେ, ହେଲେ ବ୍ୟାଙ୍କ୍‌ ଟ୍ରାଜାକ୍ସନ ଚାର୍ଜ ବି ନେଇଥାନ୍ତି। ଯେତେ ଟଙ୍କା ବାହାର କରିବେ, ତାହାର ୨.୫ପ୍ରତିଶତ ବା ଅତି କମ୍‌ରେ ୩୦୦ରୁ ୫୦୦ଟଙ୍କା ଆପଣଙ୍କ ଖାତାରୁ ଯାଇପାରେ।

୭- କାର୍ଡ ବିଲ୍‌ର ଅଟୋ ପେମେଣ୍ଟ୍‌ ବ୍ୟବସ୍ଥା କରନ୍ତୁ- ନେଟ୍‌ବ୍ୟାଙ୍କିଙ୍ଗ୍‌ ଜରିଆରେ ବା ବ୍ୟାଙ୍କରେ ଆବେଦନ କରି ବିଲ୍‌ର ସ୍ୱତଃ ପେମେଣ୍ଟ  ବ୍ୟବସ୍ଥା କରନ୍ତୁ। ଏଥିରେ ଠିକ୍‌ ସମୟରେ ବିଲ୍‌ର ଅର୍ଥ ଆପଣା ଛାଏଁ ଆକାଉଣ୍ଟରୁ କଟିଯିବ। ଏଥିପାଇଁ  ଆପଣଙ୍କୁ  କେବେ ବି ଲେଟ୍‌ ଫାଇନ୍‌ ରୂପରେ ଅଯଥା ଅର୍ଥ ଖର୍ଚ୍ଚ କରିବାକୁ ପଡିବ ନାହିଁ। ନୁହେଁ ତ ବାର୍ଷିକ ୩୯ରୁ୪୨ପ୍ରତିଶତ ପର୍ଯ୍ୟନ୍ତ ସୁଧ ଲେଟ୍ ଫାଇନ୍‌ ଭାବେ ଦେଇପାରନ୍ତି।

୮-  ପର୍ଯ୍ୟାପ୍ତ ବାଲାନ୍ସ ନଥିଲେ କାହାକୁ ଚେକ୍‌ ଦିଅନ୍ତୁ ନାହିଁ – ଯଦି ଆପଣଙ୍କୁ ଆକାଉଣ୍ଟରେ ପର୍ଯ୍ୟାପ୍ତ ପରିମାଣର ବାଲାନ୍ସ ନାହିଁ, ତାହାଲେ ଚେକ୍‌ ଦିଅନ୍ତୁ ନାହିଁ। ଏଥିପାଇଁ ଖାଲି ଯେ ଚାର୍ଜ ଦେବାକୁ ପଡିଥାଏ  ତାନୁହେଁ ,ଏହା ଏକ ଅପରାଧ ମଧ୍ୟ।

୯-ବେଶୀ କ୍ରେଡିଟ୍‌ କାର୍ଡ ବ୍ୟବହାର କରନ୍ତୁ ନାହିଁ-  କ୍ରେଡିଟ୍ କାର୍ଡକୁ ଲିମିଟ୍‌ରୁ ଅଧିକା ବ୍ୟବହାର କଲେ ବ୍ୟାଙ୍କ୍‌ ଚାର୍ଜ ଲଗେଇଥାଏ। ଏଣୁ ଯେତିକି ଦରକାର ସେତିକି କ୍ରେଡିଟ୍‌ କାର୍ଡକୁ ବ୍ୟବହାର କରନ୍ତୁ।

 

 

 

 

You might also like