ହୋଲି ଖେଳିବା ସମୟରେ କିଛି ସାବଧାନତା ଅବଲମ୍ବନ କରନ୍ତୁ
ଆଜି ରଙ୍ଗର ପର୍ବ ହୋଲି। ସବୁଠି ରଙ୍ଗର ପସରା। ସମସ୍ତେ ହୋଲି ଖେଳିବାରେ ମସଗୁଲ୍। ହେଲେ ଏହି ସମୟରେ କିଛି ସାବଧନତା ଅବଲମ୍ବନ କରିବା ଜରୁରୀ। ହୋଲି ଖେଳିବାକୁ ଯିବା ପୂର୍ବରୁ କେଶରେ ତେଲ ନିଶ୍ଟୟ ଲଗାନ୍ତୁ। ଏହା କେଶର ସୁରକ୍ଷା କବଚ ଭାବେ କାମ କରିବ ଓ ରଙ୍ଗ ଛାଡ଼ିବା ମଧ୍ୟ ସହଜ ହେବ।
ହୋଲି ଦିନ ଆବଶ୍ୟକ ହେଲେ ଅତିବେଶୀରେ ଦୁଇଥର ଗାଧୋଇ ପାରନ୍ତି। କାରଣ ଅଧିକ ଗାଧୋଇବା ଦ୍ୱାରା ତ୍ୱଚାର ଆଦ୍ରତା ନଷ୍ଟ ହୋଇଯାଏ। ଗାଧୋଇବା ପରେ ମଏଶ୍ଚରାଇଜର ଲଗାଇବାକୁ ଭୁଲିବେ ନାହିଁ। ହୋଲି ବେଳେ ନଖରେ ରଙ୍ଗ ଲାଗିବାର ସମ୍ଭାବନା ରହିଛି। ତେଣୁ ଖେଳିବାକୁ ଯିବା ପୂର୍ବରୁ ନିଜ ପସନ୍ଦର ନେଲପଲିସ ଲଗାନ୍ତୁ। ଏହାଦ୍ୱାରା କୃତ୍ରିମ ରଙ୍ଗ ପ୍ରଭାବରୁ ନଖ ସୁରକ୍ଷିତ ରହିବ। ମୁହଁରେ ରଙ୍ଗ ଲାଗିବା ପରେ ତ୍ୱଚା ରୁକ୍ଷ ହୋଇଯାଏ।
ଏପରିସ୍ଥିତିରେ ରଙ୍ଗ ଛଡ଼ାଇବା ଲାଗି ତ୍ୱଚାକୁ ବେଶୀ ଘଷିବେ ନାହିଁ। ନଚେତ ମୁହଁ ପୋଡ଼ିବ ଓ ଲାଲ୍ ପୋଡ଼ି ଯାଇପାରେ। ସୋଡିୟମ ଲରେଥଯୁକ୍ତ କ୍ଲିନିଜର ବ୍ୟବହାର କରି ରଙ୍ଗ ଛଡ଼ାଇପାରନ୍ତି। ରଙ୍ଗ ଛଡ଼ାଇବା ପରେ ବି ତ୍ୱଚା ଏବଂ କେଶ ରୁକ୍ଷ ହୋଇ ରହିଲେ ରାତିରେ କେଶରେ ଊଲ ହେୟାର ସିରମ ଓ ତ୍ୱଚାରେ ମଏଶ୍ଚରାଇଜର କିମ୍ବା ନାଇଟ୍ କ୍ରିମ୍ ଲଗାନ୍ତୁ।
ଆଉମଧ୍ୟ ରଙ୍ଗ ଖେଳିବା ସମୟରେ ଢିଲା ପୋଷାକ ପିନ୍ଧନ୍ତୁ। ନିଜ ଆଖିକୁ ସୁରକ୍ଷିତ ରଖିବା ପାଇଁ ଆଖିରେ ସନ୍ଗ୍ଲାସ୍ ପିନ୍ଧନ୍ତୁ। ସେହିପରି ମୁଣ୍ଡରେ କ୍ୟାପ୍ ବ୍ୟବହାର କରନ୍ତୁ। ଛୋଟ ପିଲାମାନଙ୍କୁ ମାସ୍କ ପିନ୍ଧାଇ ରଙ୍ଗ ଖେଳିବା ପାଇଁ ବାହାରକୁ ଛାଡନ୍ତୁ। କେମିକାଲ ମିଶା ରଙ୍ଗ ଖେଳନ୍ତୁ ନାହିଁ ।