ଓଡ଼ିଶା ଛୁଇଁଲା ମୌସୁମୀ: ୮ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା

ଭୁବନେଶ୍ୱର: ନିର୍ଦ୍ଧାରିତ ତାରିଖର ୨ ଦିନ ଆଗରୁ ମୌସୁମୀ ଓଡ଼ିଶା ଛୁଇଁ ଥିବାବେଳେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଗତକାଲିଠୁ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ତେବେ ୪୮ ଘଣ୍ଟାରେ ମୌସୁମୀ ସଂପୂର୍ଣ୍ଣ ଓଡ଼ିଶା ଛୁଇଁବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଆଜି ରାଜ୍ୟରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଏଥିପାଇଁ ୮ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ନ ସାଢ଼େ ୪ଟା ଯାଏଁ ସତର୍କ ପାଇଁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଘରୁ ନ ବାହାରିବା ମଧ୍ୟ କୁହାଯାଇଛି।

କାଳବୈଶାଖୀ ପ୍ରଭାବରେ ଯାଜପୁର, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ପବନ ମଧ୍ୟ ବୋହିବ।

You might also like