ସକାଳ ସାଢ଼େ ୧୦ଟା ଯାଏ ବଜ୍ରପାତ ଆଲର୍ଟ
ଭୁବନେଶ୍ୱର: ଆଜି ସକାଳ ସାଢ଼େ ୧୦ଟା ଯାଏ ବଜ୍ରପାତ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଝଡ଼ତୋଫାନ, ବର୍ଷା, ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ୧୩ ଜିଲ୍ଲାକୁ ସାଢ଼େ ୧୦ ଯାଏଁ ସତର୍କ ପାଇଁ ପରାମର୍ଶ ଦିଆଯାଇଛି।
ଆହୁରି ପଢ଼ନ୍ତୁ
ଆର୍ଲଟ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ନୟାଗଡ଼, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କୋରାପୁଟ, ଗଞ୍ଜାମ ଓ ପୁରୀ।